ରାମନବମୀ ଅବସରରେ ବଡ ଅଘଟଣ । ପେଣ୍ଡାଲରେ ସଟ୍ ସର୍କିଟ୍ ଯୋଗୁଁ ହୁତୁ ହୁତୁ ହୋଇ ଜଳିଗଲା ମନ୍ଦିର , ଫସିଲେ ଭକ୍ତ

767

କନକ ବ୍ୟୁରୋ: ଶ୍ରୀରାମ ନବମୀରେ ଅଘଟଣ । ହୁତୁହୁତୁ ହୋଇ ଜଳିଗଲା ମନ୍ଦିର । ଆନ୍ଧ୍ରପ୍ରଦେଶରେ ଏପରି ଘଟଣା ଘଟିଛି । ନିଆଁ ଲାଗି ଜଳି ଯାଇଛି ୱେଷ୍ଟ ଗୋଦାବରୀରେ ଥିବା ଭେଣୁଗୋପାଳ ସ୍ୱାମୀ ମନ୍ଦିର । ରାମ ମନ୍ଦିର ଉତ୍ସବ ପାଳନ ପାଇଁ ତିଆରି ହୋଇଥିବା ପ୍ୟାଣ୍ଡେଲରୁ ସର୍ଟିସର୍କିଟ୍ ଯୋଗୁଁ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି । ମନ୍ଦିରରେ ଥିବା ଭକ୍ତଙ୍କୁ ତୁରନ୍ତ ବାହାରକୁ ଅଣାଯାଇଥିଲା । ଦମକଳ ବାହିନୀ ପହଞ୍ଚିି ନିଆଁକୁ ଆୟତ୍ତ କରିଥିଲା ।