ରାଜଧାନୀରେ ମାତିଛନ୍ତି ଲୁଟେରା, ସ୍କୁଲ ସାରି ଫେରିବାବେଳେ ଶିକ୍ଷୟତ୍ରୀଙ୍କ ଠାରୁ ଭ୍ୟାନିଟି ଲୁଟିନେଲେ ଦୁର୍ବୃତ୍ତ ,ଗୁରୁତର ଶିକ୍ଷୟିତ୍ରୀ

187

କନକ ବ୍ୟୁରୋ: ସ୍କୁଲରୁ ଫେରିବାବେଳେ ଶିକ୍ଷୟିତ୍ରୀଙ୍କ ଭ୍ୟାନିଟି ଲୁଟିନେଲେ ଦୁର୍ବୃତ୍ତ । କପିଳପ୍ରସାଦରୁ ଭୀମଟାଙ୍କି ଆସୁଥିବା ରାସ୍ତାରେ ଗତକାଲି ଦିନ ଗୋଟାଏ ବେଳେ ଶୀକ୍ଷୟତ୍ରୀ ମଧୁମିତା ଚୌଧୁରୀଙ୍କ ଉପରେ ହୋଇଛି ଏଭଳି ଆକ୍ରମଣ । ସ୍କୁଟି ଆଗରେ ଭ୍ୟାନିଟି ଥୋଇ ସ୍କୁଲରୁ ଘରକୁ ଫେରୁଥିଲେ ମଧୁମିତା । ୨ଜଣ ଯୁବକ ତାଙ୍କୁ କିଛି କ୍ଷଣ ପିଛା କରିଥିଲେ । ଏହାପରେ ତାଙ୍କ ଭ୍ୟାନିଟି ଟାଣିବାକୁ ଉଦ୍ୟମ କରିଥିଲେ । ଭ୍ୟାନିଟିକୁ ଟାଣିବାବେଳେ ନିଜ ବ୍ୟାଗ୍କୁ ମାଡି ବସିଥିଲେ ମଧୁମିତା । ଗାଡି ସନ୍ତୁଳନ ହରାଇବାରୁ ତଳେ ପଡି ଘୁଷୁଡିଯାଇଥିଲେ ମଧୁମିତା । ଫଳରେ ସେ ଗୁରୁତର ହୋଇପଡିଛନ୍ତି ।ତାଙ୍କ ଗୋଡରେ ଫ୍ୟାକ୍ଚର ହୋଇଥିବାବେଳେ ତାଙ୍କ ମୁହଁ ହାଡ ଭାଙ୍ଗିଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।