ଭୁଲ ପାଇଁ ଆରଟିଓଙ୍କୁ ଅର୍ଥ ଦଣ୍ଡ : ୩୦ହଜାର ଟଙ୍କା ସହ ୫ହଜାର ଟଙ୍କା ଆଇନଗତ ଖର୍ଚ୍ଚ ଦେବାକୁ ଖାଉଟି ଅଦାଲତଙ୍କ ନିର୍ଦ୍ଦେଶ

386

କନକ ବ୍ୟୁରୋ : ଭୁଲ ପାଇଁ ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଅର୍ଥ ଦଣ୍ଡ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନାଲକୋ ଅଞ୍ଚଳର ଜଣେ ବ୍ୟକ୍ତି ପରିବାହନ ଅଧିକାରୀଙ୍କ ନାଁରେ ଏକ ମାମଲା ରୁଜୁ କରିଥିଲେ । ଯାହାର ରାୟ ପ୍ରକାଶ ପାଇବା ସହିତ ଅଧିକାରୀଙ୍କୁ ୩୦ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି ।

ଏହା ସହିତ ମାସକ ମଧ୍ୟରେ ୫ହଜାର ଟଙ୍କା ଆଇନଗତ ଖର୍ଚ୍ଚ ଦେବାକୁ କୁହାଯାଇଛି । ଅନୁଗୁଳର ଏହି ବ୍ୟକ୍ତି ଜଣକୁ ଆରଟିଓ ଡ୍ରାଇଭିଙ୍ଗ ଲାଇସେନ୍ସ ନକଲି କହିଥିବା ବେଳେ ତାଙ୍କୁ ଅଫିସରୁ ବାହାର କରି ଦେଇଥିଲେ । ଯାହା ଫଳରେ ବ୍ୟକ୍ତି ଜଣକ ଖାଉଟି ଅଦାଲତର ଦ୍ୱାରସ୍ତ ହୋଇଥିଲେ । ଦୀର୍ଘ ୪ ବର୍ଷ ପରେ କୋର୍ଟ ପକ୍ଷରୁ ଆରଟିଓଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି ।