ଆନନ୍ଦପୁର ବିଜେଡି ବିଧାୟକ ପ୍ରାର୍ଥୀଙ୍କ ପତ୍ନୀଙ୍କ ଗାଡିରୁ ମିଳିଲା ପୁଳା ପୁଳା ଟଙ୍କା । ସାବିତ୍ରୀଙ୍କୁ ପଚରା ଉଚୁରା କରୁଛି ପୋଲିସ

6,344

କନକ ବ୍ୟୁରୋ : ଆନନ୍ଦପୁର ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ପତ୍ନୀ ସାବିତ୍ରୀ ସେଠୀଙ୍କ ଗାଡିରୁ ମିଳିଲା ପୁଳା ପୁଳା ଟଙ୍କା । ଗାଡି ଯାଞ୍ଚ ସମୟରେ ଜବତ ହେଲା ନଗଦ କ୍ୟାସ୍ । ତରତରା ଛକରେ ଚେକିଙ୍ଗ୍ ସମୟରେ ବିପୁଳ ପରିମାଣର ଟଙ୍କା ମିଳିଥିବା ସୂଚନା ମିଳିଛି ।

ତେବେ କେତେ ଟଙ୍କା ଜବତ ହୋଇଛି ତାହା ସ୍ପଷ୍ଟ ହୋଇନି । ଅଭିମନ୍ୟୁ ସେଠୀଙ୍କ ପତ୍ନୀ ସାବିତ୍ରୀ ବିଜେଡିର ହାଟଡିହି ବ୍ଲକ୍ ଚେୟାରମ୍ୟାନ୍ ଅଛନ୍ତି । ତାଙ୍କୁ ଅଧିକ ପଚରା ଉଚୁରା ପାଇଁ ଆନନ୍ଦପୁର ଥାନାକୁ ନିଆଯାଇଛି । ନିର୍ବାଚନ ସମୟରେ ଏତେ ପରିମାଣରେ ଟଙ୍କା ମିଳିବା ନିଶ୍ଚିତ ଭାବେ ସନ୍ଦେହକୁ ବଢାଇ ଦେଇଛି ।