ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା । ଅନୁଗୁଳ ଛେଣ୍ଡିପଦାରେ ବୁଲିଲା ଖଣ୍ଡା, କଟୁରୀ । ପିପିଲି, ଆଠଗଡରେ ମରଣାନ୍ତକ ଆକ୍ରମଣ । 

182

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ।  ଅନୁଗୁଳ ଛେଣ୍ଡିପଦାରୁ ଆସିଲା ରାଜନୈତିକ ହିଂସାର ଚିତ୍ର । ବିଜେଡି କର୍ମୀଙ୍କୁ ବିଜେପି ନେତା ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ, ଗୁରୁତର ଅବସ୍ଥାରେ ବିଜେଡି କର୍ମୀଙ୍କୁ ମେଡିକାଳରେ ଭର୍ତ୍ତି କରାଯାଇଛି । ଗୁରୁତର ବିଜେଡି କର୍ମୀ ଜଣକ ଛେଣ୍ଡିପଦା ହାଣ୍ଡିଗୁଡା ଗାଁର ଗୋବିନ୍ଦ ପ୍ରଧାନ ବୋଲି ଜଣାପଡିଛି । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟିକୁ ନେଇ ଏହି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଦୟାନିଧି ସାହୁ, ଦୁଃଶାସନ ବେହେରା, ସୁନୀଲ ପ୍ରଧାନ ଓ ତ୍ରୈଲୋକ୍ୟ ପ୍ରଧାନ ଖଣ୍ଡା ଓ କଟୁରୀରେ ଗୋବିନ୍ଦଙ୍କୁ ଆକ୍ରମଣ କରିଥିଲେ । ପରେ ଗୁରୁତର ଅବସ୍ଥାରେ ଗୋବିନ୍ଦଙ୍କୁ ଛେଣ୍ଡିପଦା ମେଡିକାଲରେ ଭର୍ତି କରାଯାଇଛି । ସେପଟେ ଥାନାରେ ଲିଖିତ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ଛେଣ୍ଡିପଦା ଥାନା ପୋଲିସ୍ ।

ସେହିପରି  ପିପିଲିରେ ମଧ୍ୟ ଦେଖାଦେଇଛି ରାଜନୈତିକ ହିଂସା  ଘଟି ୩ଜଣ ଗୁରୁତର ହୋଇଛନ୍ତି । ପ୍ରତିବାଦରେ ଥାନା ଘେରାଉ କଲା ବିଜେପି  । ପିପିଲିର ସହଜପୁର ପଂଚାୟତରେ ଗୁରୁବାର ରାତିରେ ଏହିି ରାଜନୈତିକ ହିଂସା ଘଟିଛି । ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପିର ମଙ୍ଗଳପୁର ପଂଚାୟତ ସମିତି ସଭ୍ୟ ଗଦାଧର ପରିଡାଙ୍କ ସମେତ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଥିବା ଅଭିଯୋଗ ହୋଇଛି । ଗଦାଧରଙ୍କ ଡାହାଣ ଗୋଡ ଭାଙ୍ଗିଯାଇଥିବା ବେଳେ ଅନ୍ୟ ଜଣଙ୍କର ହାତ ଭାଙ୍ଗିଛି । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପ୍ରଥମେ ମଙ୍ଗଳପୁର ଓ ପରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି । ଏହାକୁ ନେଇ ପିପିଲିରେ ତୀବ୍ର ଉତ୍ତେଜନା ଲାଗି ରହିଛି । ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅଭିଯୁକ୍ତକୁ ଗିରଫ ଦାବି କରି ବିଜେପିର ବିଧାୟକ ପ୍ରାର୍ଥୀ ତଥା ପୁରୀ ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ସମେତ ଶତାଧିକ ବିଜେପି କର୍ମୀ ମାନେ ପିପିଲି ଥାନାକୁ ଘେରାଉ କରି ପ୍ରତିବାଦ କରିଛନ୍ତି । ସୂଚନା ଅନୁସାରେ ଗୁରୁବାର ରାତି ପ୍ରାୟ ୧୧ଟା ସମୟରେ ସୁହାଗପୁର ଗାଁର ଆଦିତ୍ୟ ପ୍ରସାଦ ପାଣିଙ୍କ ଘର ଉପରକୁ କିଛି ଲୋକ ଟେକା ପଥର ପକାଇ ଭୟଭୀତ କରୁଥିଲେ  ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚିବାରେ ବିଳମ୍ବ ହେବାରୁ ୫ରୁ୬ଜଣ ସମର୍ଥକ ମାନଙ୍କୁ ସାଙ୍ଗରେ ନେଇ ପଡୋଶୀ ମଙ୍ଗଳପୁରର ବିଜେପି ସମର୍ôଥତ ସମିତି ସଭ୍ୟ ଗଦାଧର ପରିଡ଼ାଙ୍କ ସମେତ ଅନ୍ୟ କେତେକ କର୍ମୀ ବାଇକ ଯୋଗେ ସହଜପୁରକୁ ଯାଉଥିଲେ । ଏହି ସମୟରେ ବିଜେଡି ସମର୍ôଥତ ପୂର୍ବତନ ସରପଂଚ ଓ ଏବେର ସରପଂଚଙ୍କ ପ୍ରତିନିଧି ଓ ତାଙ୍କର ସମର୍ଥକ ମାନେ ଏମାନଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କରିଥବାର ଅଭିଯୋଗ ହୋଇଛି । ରାତି ସାଢେ ଦୁଇଟାରେ ଏନେଇ ପୁଲିସରେ ଅଭିଯୋଗ କରାଯାଇଥିବା ବେଳେ ଆନ୍ଦୋଳନକାରୀ ଙ୍କୁ ପୁଲିସ ବୁଝା ସୁଝା କରି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାର ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଥିଲା ବିଜେପି  । ସେପଟେ ଅଭିଯୋଗ କୁ ଭିତିି କରି ପିପିଲି ପୋଲିସ ଏକ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପିପିଲି ଏସଡିପିଓ ବିରଞ୍ଚିି ପତି କହିଛନ୍ତି  ।