ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ । ୨୬ ତାରିଖ ମଧ୍ୟରାତ୍ରୀ ସୁଦ୍ଧା ସ୍ଥଳଭାଗ ଛୁଇଁବ ବାତ୍ୟା ‘ରେମାଲ’ ।

1,548

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୁଦୃଶ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ । ପରେ ୨୬ ତାରିଖ ମଧ୍ୟରାତ୍ରୀ ସୁଦ୍ଧା ବାଂଲାସାଗର ଦ୍ୱୀପ ଓ ଖେପୁପାରା ମଧ୍ୟଦେଇ ବାତ୍ୟା ସ୍ଥଳଭାଗ ଛୁଇଁବ ବାତ୍ୟା ‘ରେମାଲ’ । କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବା ସହିତ ଏହା ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରେ ଏହା ବାଂଲାଦେଶ ଉପକୂଳ ଆଡ଼କୁ ଗତି କରୁଛି । ବାଂଲାଦେଶ ଖେପୁପାରା ଠାରୁ ଏହା ବର୍ତମାନ ୮୦୦ କିଲୋମିଟର ଦୂରରେ ରହିଛି । ତେବେ ଓଡ଼ିଶା ଉପରେ ଏହି ସମ୍ଭାବ୍ୟ ବାତ୍ୟାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବାତ୍ୟାଟି ପଶ୍ଚିମବଙ୍ଗ ଉପକୂଳ ଏବଂ ବାଂଲାଦେଶ ଉପକୂଳ ଆଡକୁ ଗତି କରୁଥିବା ବେଳେ ଓଡ଼ିଶା ଉପକୂଳରେ ଏହାର ବିଶେଷ ପ୍ରଭାବ ପଡିବ ନାହିଁ । ତେବେ ଆଜିଠୁ ଓଡ଼ିଶାରେ ପାଗରେ ପରିବର୍ତ୍ତନ ହେବା ସହ ପାଗ ସାମନ୍ୟ କୋହଲା ରହିବ । ୨୫ ଓ ୨୬ ତାରିଖ ଦୁଇ ଦିନ ଉତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ବର୍ଷା ଲାଗିରହିବ । ୨୭ ତାରିଖରେ ବାଲେଶ୍ୱର ଓ ମୟୂରଭଂଜରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସମୁଦ୍ର ଉପକୂଳରେ ପବନର ବେଗ ରହିପାରେ ୪୦ରୁ ୫୦ କିଲୋମିଟର

କେଉଁଠି ମାଡ଼ ହେବ ବାତ୍ୟା?
• ବଙ୍ଗୋପସାଗରରେ ଅବପାତର ରୂପ ନେଲା ଲଘୁଚାପ
• ଆସନ୍ତାକାଲି ସକାଳ ସୁଦ୍ଧା ଅବପାତ ବାତ୍ୟାରେ ପରିଣତ ହେବ
• ୨୫ ତାରିଖ ସଂଧ୍ୟାରେ ଭୀଷଣ ବାତ୍ୟାରେ ପରିଣତ ହେବ ‘ରେମାଲ’
• ୨୬ ମଧ୍ୟରାତ୍ରୀରେ ସ୍ଥଳଭାଗ ଛୁଇଁବ ଭୀଷଣ ବାତ୍ୟା ‘ରେମାଲ’
• ସାଗର ଦ୍ୱୀପ ଓ ଖେପୁପାରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା
• ବଙ୍ଗୋପସାଗରରେ ସ୍ଥଳଭାଗରୁ ୮୦୦ କିମି ଦୂରରେ ରହିଛି ବାତ୍ୟା
• ଆଜି ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ପାଗରେ ପରିବର୍ତ୍ତନ
• ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱରରେ ହେବ ବର୍ଷା
• ୨୭ ତାରିଖରେ ବାଲେଶ୍ୱର ଓ ମୟୂରଭଂଜରେ ପ୍ରବଳ ବର୍ଷା ସମ୍ଭାବନା
• ସମୁଦ୍ର ଉପକୂଳରେ ପବନର ବେଗ ରହିପାରେ ୪୦ରୁ ୫୦ କିଲୋମିଟର