ବାରିପଦାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ପ୍ରଥମେ ରାଇରଙ୍ଗପୁର ଓ ପରେ ବାରିପଦା ଛଉ ପଡିଆଠାରେ ଆୟୋଜିତ ସମାବେଶରେ ହେବେ ସାମିଲ ।

340

କନକ ବ୍ୟୁରୋ: ମୟୂରଭଞ୍ଜରେ ଆଜି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜିଲ୍ଲାର ଦୁଇଟି ସ୍ଥାନରେ ହେବାକୁ ଥିବା ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହେବେ ବିଜେଡି ସୁପ୍ରିମୋ । ପ୍ରଚାର ସଭାରେ ସାମିଲ ହୋଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବାରିପଦା ବିଜେଡି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି । ବିଶେଷ କରି ବିଜେଡି ସୁପ୍ରିମୋଙ୍କ ପ୍ରଚାର ଦଳୀୟ ପ୍ରାର୍ଥୀଙ୍କ ବିଜୟଚ ସୁନିଶ୍ଚିତ କରିବ ବୋଲି ବିଜେଡି ଆଶା ରଖିଛି । ପ୍ରଥମେ ରାଇରଙ୍ଗପୁର ସ୍ଥିତ କନ୍ୟାଶ୍ରମ ପଡ଼ିଆରେ ଦିନ ୧୧:୩୦ରେ ହେଲିକପ୍ଟର ଯୋଗେ ପହଞ୍ଚି ସ୍ଥାନୀୟ କଚେରୀ ପଡ଼ିଆରେ ଆୟୋଜିତ ନିର୍ବାଚନୀ ପ୍ରଚାର ସମାବେଶରେ ଯୋଗ ଦେବେ ।

ଏହାପରେ ମଧ୍ୟାହ୍ନ ୧୨ଟା ୩୫ରେ ସିଧା ସଳଖ ବାରିପଦା ସହରର ଐତିହାସିକ ଛଉ ପଡିଆଠାରେ ପହଁଚି ସେଠାରେ ପ୍ରଚାର ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ବିଜେଡି ମୁଖିଆ । ଅପରାହ୍ନ ୧ଟା୧୫ରେ ବାରିପଦା ସ୍ଥିତ ସର୍କିଟ ହାଉସଠାରେ ମଧ୍ୟାହ୍ନ ଭୋଜନ କରି କିଛି ସମୟ ବିଶ୍ରାମ ନେବେ । ଅପରାହ୍ଣ ୩:୨୫ ମି.ରେ ଛଉ ପଡିଆରୁ ହେଲିକ୍ୟାପ୍ଟର ଯୋଗେ ବାଲେଶ୍ୱର ଜିଲ୍ଲାକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।