ବାଲେଶ୍ୱରରେ ଜଉ କଣ୍ଢେଇ ବାହାଘର ମହୋତ୍ସବ । ବର ଓ କନ୍ୟା କର୍ତ୍ତାଙ୍କ ଉପସ୍ଥିତିରେ ଲଗ୍ନ ଧାର୍ଯ୍ୟ । ଆସନ୍ତା ଜୁନ ୨୧ରେ ହେବ ବାହାଘର ।

39

କନକ ବ୍ୟୁରୋ: ବାଲେଶ୍ୱରରେ ପ୍ରସିଦ୍ଧ ଜଉ କଣ୍ଡେଇ ବାହାଘର ମହୋତ୍ସବର ଲଗ୍ନଧରା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । । ପ୍ରତିବର୍ଷ ବିଭିନ୍ନ ପୌରାଣିକ କିମ୍ବଦନ୍ତୀ ବା ସାହିତ୍ୟ ସଂସ୍କୃତିର ଚର୍ଚ୍ଚିତ ନାୟକ ନାୟିକାଙ୍କ ନାମରେ ଜଉ କଣ୍ଡେଇ ବାହାଘର ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ଓଡିଆ କଥା ସାହିତ୍ୟର ଜନକ ଫକୀର ମହୋନ ସେନାପତିଙ୍କ ପ୍ରସିଦ୍ଧ ଗଳ୍ପ ପେଟେଣ୍ଡ ମେଡିସିନର ନାୟକ ଚନ୍ଦ୍ରମଣି ଓ ନାୟିକା ସୁଲୋଚନା ବର କନ୍ୟା ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସହରର ଦୁଇ ପ୍ରତିଷ୍ଠିତ ଦଂପକିତ କନ୍ୟା ଓ ବର କର୍ତା ଭାବେ ମନୋନୀତ ହୋଇଛନ୍ତି । ଚଳିତ ବର୍ଷ ଫକୀର ମୋହନ ସାହିତ୍ୟ ପରିଷଦ ଓ କବି ବ୍ରଜନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟର ସଦସ୍ୟ ଗାଳ୍ପିକ କାଳିକିଙ୍କର ଦାସ ଓ ତାଙ୍କ ପତ୍ନୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୌଭାଗିନୀ ମିଶ୍ର ବର କର୍ତାକର୍ତି ସାଜିଛନ୍ତି । ସେହିପରି ମଙ୍ଗଳପୁର ମହାବିଦ୍ୟାଳୟର ଅଧ୍ୟାପକ ଡକ୍ଟର ପଙ୍କଜ କୁମାର ଜେନା ଓ ନିଷ୍ଟ ଗ୍ରୁପର ଚେୟାରମ୍ୟାନ ସୁଚିତ୍ରା ଜେନା କନ୍ୟାକର୍ତ୍ତା ହୋଇଛନ୍ତି ।

ଗତକାଲି ସକାଳ ୧୦ଟାରେ ବାଲେଶ୍ୱର ଜଉକଣ୍ଡେଇ ଉତ୍ସବ କମିଟିର ସଦସ୍ୟ ସଦସ୍ୟାମାନେ ବିରାଟ ପଟୁଆରରେ ଚନ୍ଦ୍ରମଣି ଓ ସୁଲୋଚନାଙ୍କ ଲଗ୍ନଧରା ପାଇଁ କୁଳ ପୁରୋହିତ, ନାପିତ ଆଦିଙ୍କ ସହ ନଣ୍ଡା ଗୋସେଇଁ ମଠରେ ପହଂଚିଥିଲେ । ସେଠାରେ କନ୍ୟା ସୁଲୋଚନାଙ୍କ ପିତାମାତଙ୍କ ସହ ତାଙ୍କର ବନ୍ଧୁବାନ୍ଧବ ବରଘରର ସମସ୍ତଙ୍କୁ ପାଛୋଟି ନେଇଥିଲେ । ବୈଦିକ ରୀତିରେ ଲଗ୍ନଧରା କାମ ସଂପନ୍ନ ହେବା ପରେ ଜୁନ ୨୧ ତାରିଖକୁ ଶୁଭ ବାହାଘର ଲଗ୍ନ ସ୍ଥିର କରାଯାଇଛି ।