ଭୋଟ ପୂର୍ବରୁ ଅନ୍ଧାରିବିଜେ । ପୁରୀ କଣାସରେ ଟଙ୍କା ବଣ୍ଟା ବେଳେ ଧରାପଡିଲେ ମିଶନ ଶକ୍ତି ମହିଳା ।

1,290

କନକ ବ୍ୟୁରୋ: ଭୋଟ ପୂର୍ବରୁ ଅନ୍ଧାରିବିଜେ । ତୃତୀୟ ପର୍ଯ୍ୟାୟ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଟଙ୍କା ବାଂଟି ଧରାପଡିଲେ ମିଶନ ଶକ୍ତି ମହିଳା । ପୁରୀ କଣାସ ବ୍ଲକ ପାଣ୍ଡିଆକେରା ଗ୍ରାମପଂଚାୟତ ଘରଛୁଆରେ ପଇସା ବାଂଟିବା ସମୟରେ ମିଶନ ଶକ୍ତି ମହିଳା ଜଣକ ଧରାପଡିଛନ୍ତି । କାଗଜ ପ୍ୟାକେଟରେ ଟଙ୍କା ଭର୍ତି କରି ବାଂଟୁଥିବା ବେଳେ ଗ୍ରାମବାସୀ ମହିଳାଙ୍କୁ ଅଟକ ରଖିବା ସହ ଟଙ୍କା ପ୍ୟାକେଟକୁ ଜବତ କରିଛନ୍ତି । ଟଙ୍କା ବାଂଟି ମତଦାନକୁ ପ୍ରଭାବିତ କରିବା ପ୍ରୟାସକୁ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ କରାଯାଇଛି ।

ଟଙ୍କା ବାଣ୍ଟି ଅଙ୍ଗନୱାଡି ଦିଦି ଗିରଫ ହୋଇଛନ୍ତି । କଟକ ଇମାମନଗର ସତୀଚଉଚା ଅଂଚଳରେ ଏଭଳି ଅଭିଯୋଗ ଆସିଛି । ଗତକାଲି ସନ୍ଧ୍ୟାରେ ଏହି ଅଂଚଳରେ ଟଙ୍କା ବଣ୍ଟା ହେଉଥିବା ଖବର ପାଇ ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୁଲିସ ପହଞ୍ଚି ଘଟଣାସ୍ଥଳରୁ କିଛି ଟଙ୍କା ଜବତ ସହ ମହିଳାଙ୍କୁ ଗିରଫ କରିଛି ।