ରାଜସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଗୁରୁବାର ବାଡମେର ୪୮.୮ ଡିଗ୍ରୀ ସହ ଦେଶର ଚଳିତ ବର୍ଷର ସବୁଠୁ ତତଲା ସହର ,ଲୁ ପ୍ରଭାବରେ ୬ ଜଣଙ୍କ ମୃତ୍ୟୁ ।

90

କନକ ବ୍ୟୁରୋ: ରାଜସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଗୁରୁବାର ରାଜସ୍ଥାନର ବାଡମେର ସହରରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ବାଡମେରରେ ଦିନର ସର୍ବାଧିକ ତାପମାତ୍ରା ୪୮ ଦଶମିକ ୮ ଡିଗ୍ରୀ ରେକର୍ଡ କରାଯାଇଛି । ଲୁ ପ୍ରଭାବରେ ରାଜସ୍ଥାନରେ ୬ ଜଣଙ୍କ ମତ୍ୟୁ ହୋଇଥିବା ସୂଚନା ମିଳିଛି । ଦିନର ଅସହ୍ୟ ତାପମାତ୍ରାକୁ ଆଖିରେ ରଖି ବାଡମେର ସହରରେ ପ୍ରଶାସନ ପ କ୍ଷରୁ ପାଣି ସିଂଚନ କରାଯାଉଛି । ସ୍ଥିତିକୁ ଆଖିରେ ରଖି ରାଜସ୍ଥାନର ୨୨ ଜିଲ୍ଲାକୁ ରେଡ ଅଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୨୨ ଜିଲ୍ଲାର ସମସ୍ତ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ସରକାରଙ୍କ ନିର୍ଦ୍ଦେଶକୁ ଅଣଦେଖା କରି କୌଣସି ଘରୋଇ ସ୍କୁଲ ଖୋଲିଲେ ତାଙ୍କ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।