ଘସିପୁରାରରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହଯୋଗୀଙ୍କ ଆକ୍ରମଣ ଘଟଣା । ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପିଏସଓ ଫେରାର ।

439

କନକ ବ୍ୟୁରୋ: ଘସିପୁରା ବ୍ଲକ ପଣ୍ଡୁଆ ଗ୍ରାମର ବସନ୍ତ ଚକ୍ରଙ୍କୁ ଆକ୍ରମଣ ଘଟଣା । ବିଧାୟକ ବଦ୍ରି ପାତ୍ରଙ୍କ ପିଏସଓ ଇଲିଆସ ଖାନ ଏହି ଆକ୍ରମଣରେ ସାମିଲ ହୋଇଥିବା ଅଭିଯୋଗ । ଇଲିଆସ ଏହି ଆକ୍ରମଣ ଘଟଣାରେ ସମ୍ପୃକ୍ତି ଥିବା ନେଇ ମାମଲା ଦାୟର କରିଛି ରାମଚନ୍ଦ୍ରପୁର ଥାନା ପୋଲିସ । ରୁଜୁ ହୋଇଥିବା ମାମଲାରେ ୮ନଂ ଅଭିଯୁକ୍ତ ରହିଛି ବିଧାୟକଙ୍କ ପିଏସଓ ଇଲିଆସ୍ ଖାନ୍ । ଇଲିଆସ ଖାନ ପଣ୍ଡୁଆ ଗ୍ରାମର ହୋଇଥିବା ବେଳେ ଏବେ ଗିରଫ ଭୟରେ ଫେରାର ରହିଥିବା ଜଣାପଡିଛି ।

୨୨ ତାରିଖ ରାତିରେ ଘସିପୁରାର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମର୍ଥକ ପଣ୍ଡୁଆ ଗ୍ରାମର ବସନ୍ତ ଚକ୍ରଙ୍କୁ ଆକ୍ରମଣ କରାଯାଇଥିଲା । ଏହି ଘଟଣାରେ ବର୍ତମାନ ପର୍ଯ୍ୟନ୍ତ ବିଧାୟକଙ୍କ ୩ଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ବି ବିଧାୟକଙ୍କ ପିଏସଓ ଫେରାର ରହିଛନ୍ତି । ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରତି ସମର୍ଥନ ବଢୁଥିବା ବେଳେ ଘସିପୁରା ନିର୍ବାଚନ ମଣ୍ଡଳୀରେ ବିଜେଡି ସମର୍ଥକ ମାନେ ହତାଶ ହେବା ସହିତ ହିଂସାର ଆଶ୍ରୟ ନେଉଥିବା ଅଭିଯୋଗ କରାଯାଇଛି ।