ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା । ୧୦୮ ଆମ୍ବୁଲାନ୍ସ ଚାଳକ ଗୁରୁତର ଆହତ ।

604

କନକ ବ୍ୟୁରୋ: ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ନାରାୟଣୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବିୟର ବୋଝେଇ ଟ୍ରକ ମାଇନ୍ସ ଟ୍ରକକୁ ଦେଇଥିଲା ଧକ୍କା । ଆଉ ମାଇନ୍ସ ଟ୍ରକଟି ଆଗରେ ଥିବା ଏକ ଆଳୁ ବୋଝେଇ ଟ୍ରକ ପଛକୁ ଧକ୍କା ଦେଇଥିଲା । ତେବେ ବିୟର ବୋଝେଇ ଟ୍ରକଟି ସାଇଡରେ ଥିବା ଆମ୍ବୁଲାନ୍ସଟିକୁ ଧକ୍କା ଦେଇଥିଲା । ଆମ୍ବୁଲାନ୍ସରେ ଦୁଇ ଜଣ ଥିଲେ । ଏମାନେ ଅଳ୍ପକେ ବର୍ତ୍ତିି ଯାଇଥିବା ବେଳେ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆମ୍ବୁଲାନ୍ସ ଚାଳକ ଜଣଙ୍କ ବ୍ରହ୍ମପୁରର ସୁରଜ କୁମାର ସାହୁ ବୋଲି ଜଣା ପଡ଼ିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।