ମହାକାଶରେ ଲଢେଇ ପାଇଁ ଭାରତର ପ୍ରସ୍ତୁତି : ଭବିଷ୍ୟତ ଯୁଦ୍ଧକୁ ନେଇ ବାୟୁସେନା ମୁଖ୍ୟଙ୍କ ବଡ ବୟାନ

118

କନକ ବ୍ୟୁରୋ : ଆଗାମୀ ଯୁଦ୍ଧ ମହାକାଶରେ ଲଢାଯିବ । ମହାକାଶରେ ଲଢେଇ ପାଇଁ ଭାରତର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମହାକାଶରେ ସ୍ୱତନ୍ତ୍ର ଯୁଦ୍ଧାସ୍ତ୍ର ପ୍ରସ୍ତୁତି ଜାରି ରହିଛି । ବାୟୁସେନା ମୁଖ୍ୟଙ୍କ କହିବା ଅନୁସାରେ ଆମ ସମ୍ପଦକୁ ସୁରକ୍ଷା ଦେବାକୁ ଉଭୟ ଆକ୍ରମଣାତ୍ମକ ଓ ରକ୍ଷାତ୍ମକ ଦକ୍ଷତା ବୃଦ୍ଧି କରିବା ଜରୁରୀ ହୋଇପଡ଼ିଛି ।

ତେବେ ପରବର୍ତ୍ତୀ ଯୁଦ୍ଧ ମାଟି, ପାଣି, ବାୟୁ ଓ ମହାକାଶ ସବୁଆଡେ ବ୍ୟାପିବ । ତେଣୁ ଏବେଠାରୁ ସମ୍ପଦର ସୁରକ୍ଷା ପାଇଁ ମହାକାଶର ଦକ୍ଷତା ବିକାଶ କରିବା ଆବଶ୍ୟକତା ରହିଛି । ପଡୋଶୀ ରାଷ୍ଟ୍ର ସବୁବେଳେ ଅଚାନକ ଭାବେ ଆକ୍ରମଣ କରିଥାନ୍ତି । ଏନେଇ ସାମୂହିକ ଶକ୍ତି ବଢାଇବା ଦରକାର ହୋଇଛି । ମହାକାଶରେ ସ୍ୱତନ୍ତ୍ର ଯୁଦ୍ଧ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହାଇସାରିଛି । ବତଶ୍ୱର ଯେକୌଣସି ଶକ୍ତିର ମୁକବିଲା ପାଇଁ ନିରନ୍ତର ବିକାଶ ଚାଲିଛି ।