ମାର୍କେଟ୍ ବିଲ୍ଡିଂରେ ମୁହାଁମୁହିଁ ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ: ଧାରଣା ଦେଉଥିବା ବେଳେ ଉଠା ଦୋକାନୀଙ୍କୁ ଉଠାଇବାକୁ ସ୍ଥାୟୀ ଦୋକାନୀ ସଂଘର ଉଦ୍ୟମ

184

କନକ ବ୍ୟୁରୋ: ତେଜୁଛି ମାର୍କେଟ୍ ବିଲ୍ଡିଂ ସ୍ଥାୟୀ ଓ ଉଠା ଦୋଦାକୀ ବ୍ୟବସାୟୀ ସଂଘ ମଧ୍ୟରେ ବିବାଦ । ମାର୍କେଟ୍ ବିଲ୍ଡିଂ ବାହାରେ ଉଠା ଦୋକାନୀ ଧାରଣା ଦେଉଥିବା ବେଳେ ସ୍ଥାୟୀ ଦୋକାନୀ ସଂଘ ସେମାନଙ୍କୁ ଉଠାଇବାକୁ ପ୍ରୟାସ କରିଥିବା ଅଭିଯୋଗ ହୋଇଛି । ଯେଉଁଥି ପାଇଁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ତେବେ ପୋଲିସ ପହଂଚି ସ୍ଥିତି ନିୟନ୍ତ୍ରଣ କରିଛି । ଏବେ ସ୍ଥାୟୀ ବ୍ୟବସାୟୀ ସଂଘ ମାର୍କେଟ୍ ବିଲ୍ଡିଂ ପଛପଟ ଗେଟ୍ ଖୋଲିଛନ୍ତି । ସେପଟେ ବିଏମସି ସର୍ଭେରେ ଷ୍ଟ୍ରିଟ୍ ଭେଣ୍ଡର ଭାବେ ଚିହ୍ନଟ ହୋଇଥିବା ସମସ୍ତ ବ୍ୟବସାୟୀଙ୍କୁ ମାର୍କେଟ ବିଲ୍ଡିଂ ଭିତରେ ବ୍ୟବସାୟ କରିବାକୁ ସୁଯୋଗ ଦେବାକୁ ଦାବି କରିଛି ଉଠା ଦୋକାନୀଙ୍କୁ ନେଇ ଗଠିତ ବାଲୁଙ୍କେଶ୍ୱର କ୍ଷୁଦ୍ର ବ୍ୟବସାୟୀ ସଂଘ । ଦାବି ପୂରଣ ନହେଲେ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ନିଖିଳ ଓଡ଼ିଶା ଷ୍ଟ୍ରିଟ ଭେଣ୍ଡର ସଂଘ । ଆବଶ୍ୟକ ପଡିଲେ ସମସ୍ତ ଉଠାଦୋକାନ ବନ୍ଦ ରଖିବା ସହ ଭୁବନେଶ୍ୱର ବନ୍ଦ କରିବାକୁ ଚେତାବନୀ ଦେଇଛି ସଂଘ । ଯାହା ବିଏମସିକୁ ଚିନ୍ତାରେ ପକାଇଦେଇଛି । ଯଦି ସମସ୍ୟାର ସମାଧାନ ନହୁଏ, ଭୁବନେଶ୍ୱରରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି ।