ଅର୍ଚ୍ଚନା ନାଗ ମାମଲାରେ ଇଡି ହାତରେ ନୂଆ ପ୍ରମାଣ : ଆଉ ୩୭ ଲକ୍ଷ ଟଙ୍କାର କାରବାର ଠାବ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

107

କନକ ବ୍ୟୁରୋ : ଅର୍ଚ୍ଚନା ନାଗ ମାମଲାରେ ଇଡିକୁ ମିଳିଲା ନୂଆ ତଥ୍ୟ । ଆଉ ୩୭ ଲକ୍ଷର କାରବାର ଠାବ କଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ଲେଡି ବ୍ଲାକମେଲର ଅର୍ଚ୍ଚନା ଏବଂ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ଆକାଉଣ୍ଟରେ ଖଗେଶ୍ୱର ପାତ୍ରଙ୍କ ସୋରୁମ ସୁପ୍ରିମ ଅଟୋମୋବାଇଲ ବ୍ୟାଙ୍କ ଆକାଉଣ୍ଟ ସହ ୩୭ ଲକ୍ଷ ଟଙ୍କାର କାରବାର ହୋଇଛି । ଇଡି ଏହି ତଥ୍ୟ ପାଇଛି । ସେହିପରି ୧୦ ମାସରେ ଏହି ତିନି ଜଣଙ୍କ ମଧ୍ୟରେ ୫୦ ଲକ୍ଷର ଟଙ୍କାର କାରବାର ହୋଇଥିବା ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ ସୁପ୍ରିମ ଅଟୋମୋବାଇଲରୁ ୨୨ ଲକ୍ଷ ୬୦ ହଜାର ଟଙ୍କା ଜଗବନ୍ଧୁଙ୍କ ପାଖକୁ ଆସିଛି । ସେପଟେ ଅର୍ଚ୍ଚନାଙ୍କ ପାଖରୁ ଖଗେଶ୍ୱରଙ୍କ ପାଖକୁ ୫ ଲକ୍ଷ ଟଙ୍କା ଯାଇଛି । ସେହିଭଳି ଜଗବନ୍ଧୁଙ୍କ ଆକାଉଣ୍ଟରୁ ସୁପ୍ରିମ ଅଟୋମାବାଇଲକୁ ୩ ଲକ୍ଷ ସୁପ୍ରିମ୍ ଅଟୋ ମୋବାଇଲରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ୪ ଲକ୍ଷ ୫୯ ହଜାର ଓ ଖଗେଶ୍ୱରଙ୍କଠାରୁ ଜଗବନ୍ଧୁଙ୍କ ଆକାଉଣ୍ଟକୁ ୧ ଲକ୍ଷ ୯୦ହଜାର ଟଙ୍କା ଟ୍ରାନ୍ସଫର ହୋଇଛି ।

ଏବେ ଇଡି ଏହି ମାମଲାରେ ତଦନ୍ତ ଜାରି ରଖିଛି । ଏହା ବେଆଇନ କି ନୁହେଁ ସେ ନେଇ ଇଡି ସ୍ପଷ୍ଟ କରିନାହିଁ । ଦିଲ୍ଲୀରେ ମଧ୍ୟ ଅର୍ଚ୍ଚନାର ଲିଙ୍କ୍ ରହିଥିବା ସୂଚନା ରହିଛି । ତେଣୁ ଦିଲ୍ଲୀ ଯାଇ ଇଡି ଏ ଦିଗରେ ତଦନ୍ତ କରିବ ବୋଲି ସୂଚନା ରହିଛି । ସେହିପରି ଏହି ମାମଲାରେ ସାମିଲ ଥିବା ପ୍ରଭାବଶାଳୀଙ୍କୁ ଜେରା କରିବାକୁ ଇଡି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି ।