ବୋଝ ଉପରେ ଲଳିତା ବିଡ଼ା, ଅଭାବି ଭିତରେ ଦୂରାରୋଗ୍ୟ ବ୍ୟାଧି ସାଜିଛି ବାଧକ ।

72

କନକ ବ୍ୟୁରୋ: ବୋଝ ଉପରେ ଲଳିତା ବିଡ଼ା । ଅଭାବ ଭିତରେ ରୋଗ ସାଜୁଛି ବାଧକ । କାମ କରିବାକୁ ଇଛା ହେଉଥିଲେ ବି ସାଥ ଦେଉନି ରୋଗ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ଏ ହେଉଛନ୍ତି ୨ ଭାଇ ଭଉଣୀ । ନାବାଳକ ଏଚଆଇଭି ସଂକ୍ରମିତ ହୋଇ ବି ହାର ମାନିନି । ଭଉଣୀକୁ ଦିଉଳି ଦୁଇମୁଠା ଖାଇବାକୁ ଦେବାକୁ ଦିନ ମଜୁରିଆ ଭାବେ କାମ କରୁଛି ୧୩ ବର୍ଷ ଭାଇ । ଏହି ବୟସରେ ଯଦି ଭାଇ ମୁଲ ନଲାଗେ ଖାଇବାକୁ ଗଣ୍ଡେ ପାଇବେନି ଦୁଇ ଜଣ । ଦିନକୁ ଶହେ କି ୨ଶହ ଯାହା ଆଣୁଛନ୍ତି ସେଥିରେ ଚଳୁଛନ୍ତି ।

ଏପଟେ ଛୋଟ ପିଲା ଭାବି ଅନେକ ଲୋକ କାମ ବି ଦେଉନାହାନ୍ତି । ଅନ୍ୟପଟେ ଏଚଆଇଭି ହୋଇଥିବାରୁ କାମ କଲେ ବହୁ କମ୍ ସମୟରେ ଥକି ଯାଉଛି ନାବାଳକ । ଏଚଆଇଭି ସଂକ୍ରମଣରେ ୧୦ ବର୍ଷ ହେବ ବାପା ଚାଲିଯାଇଥିବା ବେଳେ ୬ମାସ ତଳେ ଆଖି ବୁଝିଛନ୍ତି ମାଆ । ୧୩ବର୍ଷର ପୁଅ ବି ତାଙ୍କ ପାଇଁ ସଂକ୍ରମିତ ହୋଇଛି । ଏଭଳି ସ୍ଥିତିରେ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳିଲେ ଭାଇ ଭଉଣୀଙ୍କୁ ଚଳିବାରେ ସହାୟକ ହେବ ।