କେନ୍ଦ୍ରାପଡ଼ାରେ ଶିକ୍ଷାଦାନର ଦୂରାବସ୍ଥା । ୭ଟି ଶ୍ରେଣୀର ୧୩୧ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଜଣେ ମାତ୍ର ଶିକ୍ଷକ ।

77

କନକ ବ୍ୟୁରୋ: କେନ୍ଦ୍ରାପଡ଼ାରେ ଶିକ୍ଷାର ଅବ୍ୟବସ୍ଥା । ସ୍କୁଲରେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ପାଠପଢ଼ୁଛନ୍ତି ୧୩୧ ପିଲା । ସବୁଠୁ ବଡ଼ କଥା ହେଉଛି ୧୩୧ ପିଲାଙ୍କୁ ପାଠପଢ଼ାଉଛନ୍ତି ଜଣେ ଶିକ୍ଷକ । ନିକିରାଇ ପଂଚାୟତ ମଦନମୋହନ ସରକାରୀ ସ୍କୁଲରେ ଦେଖିବାକୁ ମିଳିଛି ଏହି ଅବ୍ୟବସ୍ଥା । ୭ଟି ଶ୍ରେଣୀକୁ ଜଣେ ଶିକ୍ଷକ ପାଠପଢ଼ାଉଥିବା ଦେଖି ଅନେକ ପ୍ରଶ୍ନ ଉଠୁଛି । ଏଭଳି ସ୍ଥିତିରେ ପିଲା ପଢ଼ିବ କେମିତି, ତାଙ୍କ ଭବିଷ୍ୟତ ଗଢ଼ିବେ କିପରି । ସ୍କୁଲରେ ୪ଜଣ ଶିକ୍ଷକ, ପ୍ରଧାନ ଶିକ୍ଷକ ଅଛନ୍ତି ହେଲେ ଅସୁସ୍ଥ ଥିବାରୁ ଦୀର୍ଘ ଦିନ ହେବ ଛୁଟିରେ ଅଛନ୍ତି । ଅନ୍ୟ ଶିକ୍ଷକମାନେ ସ୍କୁଲ ନଆସୁଥିବାରୁ ୧୩୧ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଜଣେ ଶିକ୍ଷକ । ଏବେ ଜଣେ ମାତ୍ର ଶିକ୍ଷକ ଥିବାରୁ ତାଙ୍କର କୌଣସି ଅସୁବିଧା ହେଲେ ସ୍କୁଲରେ ପାଠ ପଢ଼ା ଠପ ହେଉଛି । ପିଲାଙ୍କ ଏଭଳି ଅବସ୍ଥା ଦେଖି ଅଭିଭାବକ ଚିନ୍ତାରେ ପଢ଼ିଛନ୍ତି ।