ରାମ ମନ୍ଦିର ତିଆରିରେ ଖର୍ଚ୍ଚ ହେବ ୧୮୦୦ କୋଟି ! ଜାଣନ୍ତୁ, ବୈଠକରେ କଣ ହୋଇଛି ଆଲୋଚନା

684

କନକ ବ୍ୟୁରୋ : ଅଯୋଧ୍ୟାରେ କୁବ୍ ଜୋରସୋରରେ ଚାଲିଛି ଭବ୍ୟ ରାମମନ୍ଦିର ନିର୍ମାଣ କାର୍ଯ୍ୟ । ଶହ ଶହ କାରୀଗର ଏହି କାର୍ଯ୍ୟରେ ନିୟୋଜିତ ହୋଇ ରହିଛନ୍ତି । ରାମ ମନ୍ଦିର ନିର୍ମାଣ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ଶ୍ରୀରାମଜନ୍ମଭୂମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ କହିବା ଅନୁସାରେ, ଭବ୍ୟ ରାମମନ୍ଦିର ନିର୍ମାଣରେ ୧୮୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ଯେବେ ମନ୍ଦିର କାର୍ଯ୍ୟ ଆରମ୍ଭ ହେଲା, ସେତେବେଳେ ଅନୁମାନ କରାଯାଉଥିଲା କି, ମନ୍ଦିର ନିର୍ମାଣରେ ପାଖାପାଖି ୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ । କିନ୍ତୁ ବର୍ତ୍ତମାନ ଆକଳନ କରାଯାଉଛି ଭବ୍ୟ ରାମମନ୍ଦିର ନିର୍ମାଣରେ ୧୮୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ଚମ୍ପକ ରାୟ ସ୍ପଷ୍ଟ କରିଛନ୍ତି କି, ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଛି । ପରବର୍ତ୍ତି ମୁହୁର୍ତ୍ତରେ ଏଥିରେ ସଂଶୋଧନ ହୋଇପାରେ ।
ଗତ ରବିବାର ଶ୍ରୀରାମଜନ୍ମଭୂମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ବସିଥିବା ବୈଠକରେ ନିସ୍ପତି ହୋଇଛି କି, ରାମ ଜନ୍ମଭୂମୀ ପରିସରରେ ହିନ୍ଦୁ ଧର୍ମ ସହ ଜଡିତ ମହାନ୍ ସାଧୁ ସନ୍ଥଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ଯେପରିକି, ମହର୍ଷି ବଲମିକି, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ମାତା ଶବରୀ, ଜଟାୟୁଙ୍କୁ ସମ୍ମାନପୂର୍ବକ ପୂଜା ପାଇଁ ସ୍ଥାନ ଦେବାକୁ ବୈଠକରେ ନିସ୍ପତ୍ତି ହୋଇଛି ।