ମୋଟୁ ଅଞ୍ଚଳରେ ଲଗାଣ ବର୍ଷା : ବୁଡିଲା କୁଇଗୁର ପୋଲ; ଓଡିଶା-ଆନ୍ଧ୍ର ଯୋଗାଯୋଗ ବିଚ୍ଛିନ୍ନ

93

କନକ ବ୍ୟୁରୋ : ଲଗାଣ ବର୍ଷାରେ ବୁଡିଲା ମାଲକାନଗିିରି ଜିଲ୍ଲା । ସୀମାନ୍ତ ମୋଟୁ ଅଞ୍ଚଳରେ ଥିବା ପୋଲ ଉପରେ ପ୍ରବାହିତ ହେଉଛି ବର୍ଷା ପାଣି । ଗତକାଲି ରାତିରୁ କୁଇଗୁର୍ ପୋଲ ଉପରେ ୨ରୁ ୩ ଫୁଟ୍ ବନ୍ୟା ଜଳ ପ୍ରବାହିତ ହେଉଛି ।

ଗୋଦାବରୀ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ପୋଲ ଉପରେ ପାଣି ପ୍ରବାହିତ ହେଉଛି । ଯାହା ପାଇଁ ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଉଭୟ ପଟେ ଯାନବାହାନ ଅଟକି ରହିଛି । ଲଗାଣ ବର୍ଷା ଯୋଗୁ ଜଳସ୍ତର ବଢିବାରେ ଲାଗିଛି । ଆଗକୁ ବର୍ଷା ଜାରି ରହିଲେ ମୋଟୁ ଓ ଆନ୍ଧ୍ର ଚିନ୍ତୁରର ବିଭିନ୍ନ ତଳିଆ ଅଞ୍ଚଳ ବୁଡିଯିବା ଆଶଙ୍କା ରହିଛି ।