ପୁଣି ଭୁଷୁଡିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ : ଶହ ଶହ ଏକର ଚାଷ ଜମିରେ ମାଡିଗଲା ପାଣି

77

କନକ ବ୍ୟୁରୋ : ପୁଣି ଭୁଷୁଡିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ । କେନାଲ ଭୁଷୁଡି ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପ୍ରଜାନାଗଫେଣି ଡଙ୍ଗରିପଡା ନିକଟରେ ଥିବା ଇନ୍ଦ୍ରାବତୀ ବାମ କେନାଲ ଗତରାତିରେ ଭୁଷୁଡି ପଡିଛି । ଦୁଇ ଦିନ ହେଲା ଅଞ୍ଚଳରେ ବର୍ଷା ଲାଗିରହିଥିବା ବେଳେ କେନାଲରେ ପାଣି ବଢିବାରେ ଲାଗିଥିଲା ।

ତେବେ ପୂର୍ବରୁ ଥିବା ଏକ ଗର୍ତ୍ତରେ ପାଣି ପଶିବା ପରେ ବାମ ମୁଖ୍ୟ କେନାଲ ଭୁଷୁଡି ପଡିଥିବା ଜଣାପଡିଛି । ଏହି ଗାତର ମରାମତି ପାଇଁ ସ୍ଥାନୀୟ ଲୋକେ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ପରେ ବି କେହି ଶୁଣିନଥିଲେ । ପ୍ରଶାସନର ଅବହେଳା ମନୋଭାବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଇନ୍ଦ୍ରାବତୀ ବାମ କେନାଲ ଭୁଷୁଡି ପଡିବା ଫଳରେ ପାଖ ଗାଁର କିଛି ଘରେ ପାଣି ପଶିବା ସହ ଚାଷ ଜମି ଜଳମଗ୍ନ ହୋଇଛି । ଘଟଣା ପରେ ବିଭାଗୀୟ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରାଯାଇଥିବା ଏସଡିଓ ସୂଚନା ଦେଇଛନ୍ତି ।