ନିର୍ବାସିତ ହେବେନି କାନାଡ଼ାରେ ରହୁଥିବା ୭ଶହ ଛାତ୍ରଛାତ୍ରୀ । ଭାରତ ହସ୍ତକ୍ଷେପ ପରେ ନିଷ୍ପତି ଉପରେ ରୋକ ଲଗାଇଲେ କାନାଡା ସରକାର

710

କନକ ବ୍ୟୁରୋ : କାନାଡ଼ାରେ ରହୁଥିବା ୭ଶହ ଭାରତୀୟ ଛାତ୍ରଛାତ୍ରୀଙ୍କୁ ମିଳିଛି ଆଶ୍ୱସ୍ତି । ଜାଲ ସାର୍ଟିଫିକେଟ ବ୍ୟବହାର କରି ସେଠାରେ ପାଠପଡୁଥିବା ଅଭିଯୋଗ ଆସିବା ପରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଦେଶରୁ ବାହାର କରିବା ପାଇଁ ନିଷ୍ପତି ନେଇଥିଲେ କାନାଡ଼ା ସରକାର । ଭାରତୀୟ ଛାତ୍ରଛାତ୍ରୀମାନେ ନିଜର ଶିକ୍ଷା ପରେ ନାଗରିକତା ପରିଚୟ ପାଇଁ ଆବେଦନ କରିଥିଲେ । ସେମାନଙ୍କ ସାର୍ଟିଫିକେଟ ଜାଲ ବୋଲି ଅଭିଯୋଗ କରି ସେମାନଙ୍କୁ ଦେଶରୁ ବହିଷ୍କାର କରିବାର ନିଷ୍ପତି ନେଇଥିଲେ କାନାଡା ସରକାର । କିନ୍ତୁ ଭାରତୀୟ ଉଚ୍ଚ ଆୟୋଗ ଓ ବିଶ୍ୱ ପଂଜାବୀ ସଙ୍ଗଠନର ଅନ୍ତରାଷ୍ଟ୍ରୀୟ ଅଧ୍ୟକ୍ଷ ବିକ୍ରମଜିତ ସିଂଙ୍କ ଅନୁରୋଧ କ୍ରମେ ଏହି ଘଟଣାରେ ଅସ୍ଥାୟୀ ଭାବେ ରୋକ ଲଗାଯାଇଛି । ଅନ୍ୟପଟେ ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରତି ଅନ୍ୟାୟ ହୋଇଥିବା ଏବଂ ସେମାନଙ୍କୁ କାଗଜପତ୍ର ନେଇ ଏଂଜେଟ ଠକିଥିବା ଅଭିଯୋଗ କରି ନ୍ୟାୟ ପାଇଁ ଦାବି କରିଥିଲେ ।

ଲବପ୍ରୀତ ସିଂହ ନାମକ ଛାତ୍ର ୨୦୧୭ରେ ସ୍ଥାନୀୟ ଏକ କଲେଜରେ ପଢ଼ିବାକୁ ଯାଇଥିବାବେଳେ ଏବେ ତାଙ୍କୁ ସାର୍ଟିଫିକେଟକୁ ଜାଲ କହି ଫେରିବାକୁ କୁହାଯାଇଥିଲା । ବହୁ ଏଜେନ୍ସି ନକଲି କାଗଜପତ୍ର କରି ଭାରତୀୟ ଛାତ୍ରଛାତ୍ରୀଙ୍କୁ ଠକୁଥିବା ପାଲଟା ଅଭିଯୋଗ ହୋଇଛି । ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ଭାରତ । ଭାରତୀୟ ଛାତ୍ରଛାତ୍ରୀଙ୍କୁ ଏଭଳି ଆଭିମୁଖ୍ୟ ଉଚିତ ନୁହେଁ ବୋଲି କହିଛନ୍ତି ଭାରତୀୟ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର ।

ଜାଲ ସାର୍ଟିଫିକେଟ ବ୍ୟବହାର ଦର୍ଶାଇ କାନାଡ଼ା ବର୍ଡର ସର୍ଭିସ ଏଜେନ୍ସି ଜୁନ ୧୩ ତାରିଖ ସୁଦ୍ଧା ଭାରତୀୟ ଛାତ୍ରଛାତ୍ରୀଙ୍କୁ କାନାଡ଼ର ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ଏହାକୁ ବିରୋଧ କରି ଟରୋଂଟରେ ପ୍ରଦର୍ଶନ ଆରମ୍ଭ ହୋଇଥିଲା