ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ଓପନ ଏଆଇ ସିଇଓ ସାମ୍ ଅଲଟମ୍ୟାନ, ଏଆଇର ଉଭୟ ସକରାତ୍ମକ ଓ ନକରାତ୍ମକ ଦିଗ ଉପରେ କଲେ ଆଲୋଚନା

86

କନକ ବ୍ୟୁରୋ : ଭାରତର ପ୍ରଯୁକ୍ତିରେ ଉନ୍ନତି ଆଣିବା ଦିଗରେ ଏଆଇ ବା ଆର୍ଟିଫିସିଆଲ ଇଂଟେଲିଜେନ୍ସରେ ବହୁ ସମ୍ଭାବନା ରହିଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ବିଶ୍ୱର ଚର୍ଚ୍ଚିତ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଟୁଲ ଚାଟ୍ ଜିପିଟିର ଜନକ ତଥା ଓପନ ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁକ୍ରବାର ଭେଟିଛନ୍ତି ।

ଏହି ଅବସରରେ ଏଆଇକୁ ନେଇ ଦୁହେଁ ବହୁ ଆଲୋଚନା କରିବା ସହ ବିଶେଷ କରି ଏଆଇ ଯୁବପିଢ଼ିଙ୍କ ପାଇଁ ବେଶ ସହାୟକ ହେବ ବୋଲି କହିଛନ୍ତି । ନାଗରିକମାନଙ୍କୁ ସଶକ୍ତ କରିବା ଲାଗି ଡ଼ିଜିଟାଲ ରୂପାନ୍ତରୀତ କାର୍ଯ୍ୟରେ ସବୁ ପ୍ରକାର ସହଯୋଗିତାକୁ ସ୍ୱାଗତ କରୁଛୁ ବୋଲି ମୋଦି କହିଛନ୍ତି । ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଓ ଅଲ୍ଟମ୍ୟାନ ଯୋଗ ଦେଇଥିଲେ । ଏଆଇ ମଣିଷଠାରୁ ଶହେ ଗୁଣା ଅଧିକ କାମ କରିବ ବୋଲି ଅଲ୍ଟମ୍ୟାନ କହିଛନ୍ତି ।

ହେଲେ ଏହା କେବେ ବି ମଣିଷ ଠାରୁ ଅଧିକ ବୁଦ୍ଧିମାନ ହୋଇପାରିବନି ବୋଲି କହିଛନ୍ତି । ମଣିଷ ଠାରୁ ଏଆଇକୁ ନିୟନ୍ତ୍ରଣ କରିବାକୁ ବିଶ୍ୱବ୍ୟାପୀ ହେଉଥିବା ଉଦ୍ୟମ ବିଷୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ତେବେ ଶେଷରେ ଅଲ୍ଟମ୍ୟାନ କହିଛନ୍ତି, ଏଆଇ ଦ୍ୱାରା ମାନବ ସମାଜର ବିନାଶ ହେବ ବୋଲି କୁହାଯାଉଥିବା କଥା ହେଉଛି ଅତ୍ୟଧିକ ଭାବନା । ଏହା ଏକ ଟୁଲ, କୈାଣସସି ପ୍ରାଣୀ ନୁହେଁ ।