ନାରାୟଣ ବସ୍ତିରେ ହତ୍ୟାକାଣ୍ଡ ଘଟଣା : ଲେଡ଼ି ଡ଼ନ୍ ରଞ୍ଜୁ ଓ କାହ୍ନାକୁ ଗିରଫ କଲା କମିଶନରେଟ୍ ପୋଲିସ

219

କନକ ବ୍ୟୁରୋ : ଭୁବନେଶ୍ୱର ନାରାୟଣ ବସ୍ତିରେ ପି ସୁବ୍ରତ ରାଓ ହତ୍ୟାକାଣ୍ଡ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ । ଲେଡ଼ି ଡ଼ନ୍ ରଞ୍ଜୁ ଓ କାହ୍ନାକୁ ପୋଲିସ ଗିରଫ କରିଛି । ଗଞ୍ଜାମର ଏକ ଜଙ୍ଗଲ ନିକଟରୁ ଉଭୟ ରଞ୍ଜୁ ଓ କାହ୍ନାକୁ କମିଶନରେଟ୍ ପୋଲିସ କାବୁ କରିଛି । ଗତ ଶୁକ୍ରବାର ରାତିରେ ସୁବ୍ରତ ରାଓଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ । ବ୍ରାଉନସୁଗାର ବଟି ଆଦାୟକୁ ନେଇ ହତ୍ୟାକାଣ୍ଡ ହୋଇଥିଲା ।

୩ଜଣ ଯୁବକଙ୍କୁ ଗୋଡ଼େଇ ହାଣିଥିଲେ ଲେଡି ଡନ୍, ତାଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀ । ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ । ଭୁବନେଶ୍ୱରର ୟୁନିଟ୍-୮ ନାରାୟଣ ବସ୍ତିରେ ଏହି ହତ୍ୟାକାଣ୍ଡ ଘଟିଥିଲା । ସୂଚନା ଅନୁସାରେ, ନାରାୟଣ ବସ୍ତିରେ ଏକ ଦମ୍ପତି ସୁବ୍ରତଙ୍କ ନାଁ ନେଇ ବ୍ରାଉନସୁଗାର ବିକୁଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସୁବ୍ରତ ସମ୍ପୃକ୍ତ ଦମ୍ପତିଙ୍କୁ ପଚରାଉଚରା କରିଥିଲେ ।ଏଥିରେ କ୍ଷୁବ୍ଧ ହୋଇ ସୁବ୍ରତ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଲେଡି ଡନ୍, ତାଙ୍କ ସ୍ୱାମୀ ଓ କିଛି ସହଯୋଗୀ ଆକ୍ରମଣ କରିଥିଲେ ।