ବିସିସିଆଇକୁ ସୁପ୍ରିମକୋର୍ଟର ଆସ୍ୱସ୍ତି, ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ନିଜ ପଦରେ ରହିପାରନ୍ତି ଗାଙ୍ଗୁଲି ଓ ଜୟ ଶାହା

261

କନକ ବ୍ୟୁରୋ : ବିସିସିଆଇକୁ ସୁପ୍ରିମକୋର୍ଟଙ୍କ ତରଫରୁ ବଡ ଆଶ୍ୱସ୍ଥି ମିଳିଛି । ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ସୌରଭ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ପଦରେ ରହିପାରନ୍ତି । ଏହାସହ ଜୟ ଶାହା ବି ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ବିସିସିଆଇର ସଚିବ ପଦରେ ରହିପାରନ୍ତି ବୋଲି ଅନୁମାନ କରାଯାଇଛି । ଏନେଇ ସୁପ୍ରିମକୋର୍ଟ ତରଫରୁ ବିସିସିଆଇ ବୋର୍ଡ ସମ୍ବିଧାନର ସଂଶୋଧନ କରିବାକୁ ଅନୁମତି ଦେଇଛନ୍ତି ।

ସୁପ୍ରିମକୋର୍ଟଙ୍କ ଏଭଳି ଆଦେଶ ପରେ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ସୌରଭ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ପଦରେ ରହିପାରନ୍ତି ଓ ଜୟ ଶାହା ବିସିସିଆଇର ସଚିବ ପଦରେ ରହିପାରନ୍ତି । ଏନେଇ କୋର୍ଟରେ ବିସିସିଆଇ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟା ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ, ଓ ଜଷ୍ଟିସ ହିମା କୋହଲୀଙ୍କ ବେଞ୍ଚରେ ଯୁକ୍ତି ବାଢିଥିଲେ ଯେ ଦେଶରେ କ୍ରିକେଟ ଖେଳ ଏକ ସଂଗଠିତ ଢଙ୍ଗରେ ଚାଲୁଥିବା ବେଳେ ବିସିସିଆଇ ଏକ ସ୍ୱୟଂଶାସିତ ସଂସ୍ଥା ଏବଂ କ୍ରିକେଟ ସଂସ୍ଥାର ବାର୍ଷିକ ସାଧାରଣ ସଭାରେ (ଏଜିଏମ) ସମସ୍ତ ପରିବର୍ତ୍ତନ ଉପରେ ବିଚାର କରାଯାଉ ।