ୟୁକ୍ରେନ ସୀମାରେ କ୍ରେମଲିନର ନ୍ୟୁକ୍ଲିୟର ଟେଷ୍ଟ । ଇସ୍କନ୍ଦର,କିଞ୍ଜଲ ପରି ଘାତକ ମିସାଇଲ ସାମିଲ ।

243

କନକ ବ୍ୟୁରୋ: ଦୀର୍ଘ ଦିନର ନିରବତା ପରେ ପୁଣି ଫେରିଛି ରୁଷ-ୟୁକ୍ରେନ୍ ଟେନସନ୍ । ୫ମ ଥର ପାଇଁ ରାଷ୍ଟ୍ରପତି ହେବା ପରେ ପୁଣି ଆକ୍ସନ ମୋଡକୁ ଆସିଛନ୍ତି ଭ୍ଲାଦିମିର୍ ପୁଟିନ୍ । ୟୁକ୍ରେନ ସହ ଚାଲିଥିବା ବିବାଦ ଭିତରେ ପୁଟିନ ଆପଣେଇଛନ୍ତି ନୂଆ ରଣନୀତି । ୟୁକ୍ରେନ୍ ଓ ନାଟୋରୁ ଘେରିବାରୁ ପଠାଇଛନ୍ତି ଆଣବିକ ମିଜାଇଲ୍ ।

  • ଆକ୍ସନ ମୋଡରେ ରୁଷ ରାଷ୍ଟ୍ରପତି ପୁଟିନ
  • ୟୁକ୍ରେନ ସୀମାରେ ପରମାଣୁ ଅସ୍ତ୍ରଶସ୍ତ୍ରର ପରୀକ୍ଷଣ

ରୁଷ-ୟୁକ୍ରେନ ଯୁଦ୍ଧଭୂମିରୁ ଆସିଛି ବଡ ଖବର । ୫ମ ଥର ପାଇଁ ରୁଷ ରାଷ୍ଟ୍ରପତି ହେବା ପରେ ୟୁକ୍ରେନ ପ୍ରତି ନିଜ ଆଭିମୁଖ୍ୟକୁ ଅଧିକ କଡ଼ାକଡ଼ି କରିଛନ୍ତି ଭ୍ଲାଦିମିର ପୁଟିନ । ସୂଚନା ଅନୁସାରେ ୟୁକ୍ରେନ ସୀମାରେ ରୁଷ ପରମାଣୁ ଅସ୍ତ୍ରଶସ୍ତ୍ରର ପରୀକ୍ଷଣ ଆରମ୍ଭ କରିଛି । ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ଚିତ୍ରରେ ୟୁକ୍ରେନର ଦକ୍ଷିଣ ସୀମାରେ ରୁଷ ରଚିଛି ବଡ ଷଡଯନ୍ତ୍ର । ରୁଷ ସେନା ଏହାର ଘାତକ ଇସ୍କନ୍ଦର ଓ କିଂଝାଲ ମିଜାଇଲ୍କୁ ନେଇ ପରମାଣୁ ପରୀକ୍ଷଣ ଆରମ୍ଭ କରିଦେଇଛି । ୟୁକ୍ରେନର ଯେଉଁ ସ୍ଥାନରେ ରୁଷ ଏହି ପରୀକ୍ଷଣ କରୁଛି ଏହାକୁ ଯୁଦ୍ଧ ଆରମ୍ଭରୁ କବଜାରେ ରଖିଛି । ପୁଟିନ୍ ପଶ୍ଚିମ ଦେଶ ଗୁଡିଙ୍କୁ ଚେତାଇବା ପାଇଁ ଏଭଳି ରଣନୀତି ଆପଣାଇଥିବା କୁହାଯାଉଛି । ତେବେ ରୁଷ ସହ ବେଲାରୁସ ହାତ ମିଶାଇଥିବା କୁହାଯାଉଛି । ପରୀକ୍ଷଣର କିଛି ଦିନ ପୂର୍ବରୁ କ୍ରେମଲିନ ୟୁକ୍ରେନ ସୀମାରେ ଏକ ବଡ ଧରଣରର ସମରଭ୍ୟାସ କରିଥିଲା ।

  • ୟୁକ୍ରେନକୁ ମିଳୁଛି ସହାୟତା, ରାଗୁଛି ରୁଷ
  • ଆମେରିକା ଓ ନାଟୋକୁ ଖୁଲମଖୁଲ୍ଲା ଧମକ

ରୁଷ ସେନାକୁ ସମ୍ବୋଧିତ କରି ଏହି ଯୁଦ୍ଧାଭ୍ୟାସରେ ସାମିଲ ହେବାକୁ ନିର୍ଦ୍ଦେଶ ଦେଇଥିଲେ ପୁଟିନ । ଆମେରିକା ଓ ନାଟୋ ୟୁକ୍ରେନରୁ ଅଧିକରୁ ଅଧିକ ସାମରିକ ସହାୟତା ଦେବାକୁ ଘୋଷଣା କରିବା ପରେ ରୁଷ ୟୁକ୍ରେନ ସୀମାରେ ପରମାଣୁ ଅସ୍ତ୍ରଶସ୍ତ୍ର ପରୀକ୍ଷଣ କରି ଖୁଲମଖୁଲ୍ଲା ଚେତାବନୀ ଦେଇଛି । ସେପଟେ ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିଲା ଯୁଦ୍ଧ ଏବେ ୩ ବର୍ଷରେ ପହଞ୍ଚିଛି । ଏବେ ରୁଷ ବିରୁଦ୍ଧରେ ୟୁକ୍ରେନକୁ ଆମେରିକା ଯୋଗାଉଛି ଗୋଳାବାରୁଦ । ଗତ ଏପ୍ରିଲରେ ଆମେରିକା ୧୨ଟି ଘାତକ ଓ ଅତ୍ୟାଧୁନିକ ଏଟିଏସିଏମଏସ ମିଜାଇଲ୍ ୟୁକ୍ରେନକୁ ଯୋଗାଇଛି । ଏହି ମିଜାଇଲର ରେଞ୍ଜ୍ ୩୦୦ କିମି ରହିଛି । ଯାହା ରୁଷ ପାଇଁ ଚିନ୍ତା ବଢାଇଛି ।