ସିଂଗାପୁର ପରେ ଭାରତରେ କୋଭିଡର ନୂଆ ଭାରିଆଣ୍ଟ । ଦେଶରେ ୩୨୪ ସଂକ୍ରମିତ ଚିହ୍ନଟ

269

କନକ ବ୍ୟୁରୋ : କିଛି ବର୍ଷର ନିରବତା ପରେ ପୁଣି ଦେଶରେ କୋଭିଡ ଭୂତାଣୁକୁ ନେଇ ଭୟ ସୃଷ୍ଟି ହୋଇଛି । ସିଂଗାପୁର ପରେ ଭାରତରେ କୋଭିଡର ନୂଆ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ୩୨୪ ଜଣ ଚିହ୍ନଟ ହୋଇଛନ୍ତି । ଭାରତରେ କୋଭିଡର ନୂଆ ଭାରିଆଣ୍ଟ କେପି-୧ ଓ କେପି-୨ ଦ୍ୱାରା ସଂକ୍ରମିତ ହୋଇଛନ୍ତି ଏହି ୩୨୪ ବ୍ୟକ୍ତି । ଏହି ଭାରିଆଣ୍ଟ ଜେଏନ-୧ ଭାରିଆଣ୍ଟର ଉପ ଭାରିଆଣ୍ଟ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏନେଇ ବିଶେଷଜ୍ଞମାନେ କହିଛନ୍ତି କି ଏହି ଦୁଇ ଭାରିଆଣ୍ଟ ଉଭୟ ଶିଶୁ ଓ ବୟସ୍କମାନଙ୍କ ପାଇଁ ବିପଦ ସୃଷ୍ଟି କରିବ । ହେଲେ ଏହା ଅତ୍ୟାଧିକ ବିପଦ ନୁହେଁ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏହାସହ ଏହି ଭାରିଆଣ୍ଟର ସଂକମଣ ତୀବ୍ରତା କମ୍ ବୋଲି ସେମାନେ କହିଛନ୍ତି   ।