ପଶ୍ଚିମବଙ୍ଗ ଷ୍ଟାଇଲରେ ଓଡ଼ିଶାରେ ଲଢିବ ବିଜେପି: ଦିଦିଙ୍କ ପରି ନବୀନଙ୍କୁ କରିବେ ଟାର୍ଗେଟ

386

କନକ ବ୍ୟୁରୋ: ପଶ୍ଚିମବଙ୍ଗ ଷ୍ଟାଇଲରେ ଓଡ଼ିଶାର ନିର୍ବାଚନ ଲଢିବ ଭାରତୀୟ ଜନତା ପାର୍ଟି । ଦିଦିଙ୍କ ବିରୋଧରେ ଯେଉଁଭଳି ଭାବରେ ବିଜେପି ରଣହୁଙ୍କାର ଦେଉଥିଲା, ଠିକ୍ ସେହି ଭଳି ଢଙ୍ଗରେ ନବୀନଙ୍କ ବିରୋଧରେ ଲଢିବାକୁ ପ୍ରସ୍ତୁତ ହେଉଛି ବିଜେପି । ପୁରୀରେ ଚାଲିଥିବା ୩ଦିନିଆ ପ୍ରଶିକ୍ଷଣ ଶିବିର ଏଭଳି କିଛି ନକ୍ସା ପ୍ରସ୍ତୁତ କରିଛି ଦଳ । ଦଳର ବିଧାୟକ, ସାଂସଦ ଓ କାର୍ଯ୍ୟକାରୀ ସଦସ୍ୟଙ୍କୁ ଦେଇ ପୁରୀରେ ଚାଲିଛି ମାନସମନ୍ଥନ । ଦଳର ସଂଗଠନ ମଜଭୁତ କରିବା ସହିତ ଅଧିକ ଲୋକସଭା ଆସନ କିପରି ହାତେଇବ ସେ ନେଇ ନୂଆ ରଣନୀତି ତୟାର କରାଯାଉଛି । ଗତକାଲି ଜୁଏଲ ଓରାମ, ବିଜେଡିକୁ ସମୁଦ୍ରରେ ପକେଇ ଦେବା ପାଇଁ ଆହ୍ୱାନ ଦେବା ପରେ ସୁରେଶ ପୂଜାରୀ ଆଜି କହିଛନ୍ତି ବିଜେପି ୮ରୁ ୧୬ଆସନରେ ବିଜୟୀ ହେବ । ଏହାକୁ ଜୋରଦାର କାଉଂଟର କରିଛି ବିଜେଡି ।