ପୁଣେ ହିଟ ଆଣ୍ଡ ରନ ମାମଲାର ନାବାଳକ ଅଭିଯୁକ୍ତ ନାଁରେ ପୂର୍ବରୁ ରହିଛି ଅପରାଧର ଲମ୍ବା ତାଲିକା । ସହପାଠୀଙ୍କ ମା’ଙ୍କ ପୋଷ୍ଟରେ ଖୁଲାସା

୨୬ ତାରିଖ ଯାଏଁ ପୁଲିସ ରିମାଣ୍ଡରେ ଗଲେ ଅଭିଯୁକ୍ତ

206

କନକ ବ୍ୟୁରୋ: ପୁଣେର ବହୁଚର୍ଚ୍ଚିତ ହିଟ୍ ଆଣ୍ଡ ରନ ମାମଲାରେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହା ଭିତରେ ନାବାଳକ ଅଭିଯୁକ୍ତକୁ ନେଇ ନୂଆ ଖୁଲ୍ଲାସା କରିଛନ୍ତି ସହପାଠୀଙ୍କ ମା’ ତଥା ଏନସିପି ନେତା ଜୟନ୍ତ ପାଟିଲଙ୍କ ସର୍ମ୍ପକୀୟ ସୋନାଲି ତନପୁରେ । ନାବାଳକ ନାଁରେ ସ୍କୁଲ ପ୍ରଶାସନ ନିକଟରେ ଅଭିଯୋଗାର ଲମ୍ବା ତାଲିକା ରହିଛି । ଅଭିଯୁକ୍ତ ସ୍କୁଲରେ ସହପାଠୀଙ୍କୁ ହଇରାଣ ହରକତ କରୁଥିଲା । ତେଣୁ ବାଧ୍ୟ ହୋଇ ଅଭିଭାବକ ମାନେ ନିଜ ପିଲାଙ୍କ ସ୍କୁଲ ବଦଳି କରିବାକୁ ବାଧ୍ୟ ହେଉଥିଲେ । ନିକଟରେ ନିଜ ପୁଅର ସ୍କୁଲ ମଧ୍ୟ ବଦଳାଇଥିବା ସୋନାଲି ଏକ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।

  • ପୁଣେ ହିଟ୍ ଆଣ୍ଡ୍ ରନ୍ ମାମଲା
  • ଅଭିଯୁକ୍ତ ନାଁରେ ଅପରାଧର ଲମ୍ବା ତାଲିକା
  • ସ୍କୁଲ ସହପାଠୀଙ୍କ ମା’ଙ୍କ ଅଭିଯୋଗ

ଅନ୍ୟପଟେ ଦୁର୍ଘଟଣା ଘଟାଇବା ପରେ ଯେଉଁଭଳି ଢ଼ଙ୍ଗରେ ଅଭିଯୁକ୍ତକୁ କିଛି ଘଣ୍ଟା ମଧ୍ୟରେ ଜାମିନ ମିଳିଥିଲା ତାକୁ ନେଇ ତେଜୁଛି ବିବାଦ । ପୁଣେ ପୁଲିସ କମିଶନରଙ୍କ ଇସ୍ତଫା ଦାବି ସହ ଥାନା ସମ୍ମୁଖରେ ବିକ୍ଷୋଭ କରିଛନ୍ତି ମୃତ ପରିବାରଙ୍କ ସମ୍ପର୍କୀୟ । ସେପଟେ ଅଭିଯୁକ୍ତ ଜୁଭେନାଇଲ୍ ଜଷ୍ଟିସ କୋର୍ଟରେ ହାଜର କରାଯାଇଛି । ବିବାଦ ବଢ଼ୁଥିବାବେଳେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ପୂରା ଘଟଣା ବାବଦରେ ପୁଣେ ପୁଲିସ ସହ ବୈଠକ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ।

ସୂଚନାଯୋଗ୍ୟ ଯେ, ଘଟଣା ଦିନ ପବରେ ନିଶା ପାର୍ଟି କରିଥିଲା ନାବାଳକ ଅଭିଯୁକ୍ତ । ନମ୍ବର ନଥିବା ୩କୋଟିର ମୂଲ୍ୟର ଦାମୀ ପୋର୍ସେ କାରକୁ ଦ୍ରୁତ ଗତି ଚଳାଉଥିବାବେଳେ ବାଇକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ୩ଶହ ଶଦ୍ଧର ରଚନା ଲେଖିବା ସର୍ତ ରଖି ଅଭିଯୁକ୍ତକୁ ଜାମିନ ଦେଇଥିଲା ପୁଲିସ । ଯାହାକୁ ନେଇ ଦେଖା ଦେଇଛି ବିବାଦ । ପରେ ଅଭିଯୁକ୍ତଙ୍କ ସମେତ ପ୍ରଭାବଶାଳୀ ବାପାକୁ ଗିରଫ କରିଥିଲା ପୁଲିସ ।