ଏଥର ଉପକୂଳ ଓଡ଼ିଶାରେ କିଏ କରିବ ବାଜିମାତ? ତୃତୀୟ ପର୍ଯ୍ୟାୟରେ କଟକ ପୁରୀ ଓ ଭୁବନେଶ୍ୱରରେ ପଡିବ ଭୋଟ । ବଢୁଛି ତିନି ଦଳର ଚ୍ୟାଲେଞ୍ଜ

397

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର ଓ ପୁରୀ ସହ ୬ ଲୋକସଭା କ୍ଷେତ୍ରରେ ପଡିବ ଭୋଟ୍ । ପୂର୍ବ ନିର୍ବାଚନରେ ପଶ୍ଚିମ ଓଡ଼ିଶା ବିଜେପିର ଗଡ଼ ପାଲଟିଥିବା ବେଳେ ଉପକୂଳ ଓଡ଼ିଶା ବିଜେଡି ଆଡକୁ ଢଳିଥିଲା । ଏଥର କିନ୍ତୁ କଟକ, ପୁରୀ ଓ ଭୁବନେଶ୍ୱର ଉପରେ ଫୋକସ ବଢ଼ାଇଛି ବିଜେପି ।

  • ଉପକୂଳ ଓଡ଼ିଶା ଉପରେ ବିଜେପିର ଆଖି
  • ବିଜେଡି ପାଇଁ ବଢୁଛି କି ଚ୍ୟାଲେଞ୍ଜ?

ଏହାରି ଭିତରେ ପୁରୀ ଓ ଭୁବନେଶ୍ୱରରେ ବିଶାଳ ରୋଡ ସୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ତା ସହିତ କଟକରେ ଜନସଭା କରି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ନରେନ୍ଦ୍ର ମୋଦୀ । ଅନ୍ୟପଟେ କଟକରେ ରୋଡ୍ ସୋ’ କରିଛନ୍ତି ବିଜେପିର ଚାଣକ୍ୟ ଅମିତ ଶାହା । ଭୁବନେଶ୍ୱରରେ ମଧ୍ୟ ରୋଡ୍ ସୋ’ କରି ପ୍ରଚାର କରିଛନ୍ତି ବିଜେପିର ଜାତୀୟ ଅଧ୍ୟକ୍ଷ ଜେ ପି ନଡ୍ଡା । ଏଥର କଟକ, ପୁରୀ, ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ଘନ ଘନ ପ୍ରଚାର କରି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରିଛନ୍ତି ବିଜେପିର କେନ୍ଦ୍ରୀୟ ନେତା ।

୨୦୧୯ ‘କଟକ’ ଗଣିତ

  • ଗତ ନିର୍ବାଚନରେ କଟକ ଲୋକସଭା ହାତେଇଥିଲା ବିଜେଡି
  • ୭ ବିଧାନସଭାରୁ ୬ଟି ଯାଇଥିଲା ବିଜେଡି ଖାତାକୁ
  • ଗୋଟିଏ ଆସନରେ ଜିତିଥିଲା କଂଗ୍ରେସ

୨୦୧୯ ‘ଭୁବନେଶ୍ୱର’ ଗଣିତ

  • ୨୦୧୯ ନିର୍ବାଚନରେ କେବଳ ଭୁବନେଶ୍ୱର ଲୋକସଭା ଜିତିଥିଲା ବିଜେପି
  • ତେବେ ୬ ବିଧାନସଭା ହାତେଇଥିଲା ବିଜେଡି
  • ଗୋଟିଏ ଆସନରେ ବିଜୟୀ ହୋଇଥିଲା କଂଗ୍ରେସ

୨୦୧୯ ‘ପୁରୀ’ ଗଣିତ

  • ପୁରୀ ଲୋକସଭାରେ ବାଜିମାତ କରିଥିଲା ବିଜେଡି
  • ୭ ବିଧାନସଭା ମଧ୍ୟରେ ୫ଟି ବିଜେଡି ଜିତିଥିଲା
  • ୨ଟି ଆସନରେ ବିଜୟୀ ହୋଇଥିଲା ବିଜେପି

ଏଥର କିନ୍ତୁ ଏହି ୩ ଲୋକସଭା କ୍ଷେତ୍ରରେ ବିଜେଡିକୁ ଚ୍ୟାଲେଞ୍ଜ ଦେବା ପାଇଁ ଜୋରଦାର କସରତ କରିଛି ବିଜେପି । ଚଳିତ ନିର୍ବାଚନରେ ଏହିସବୁ ଆସନ ଉପରେ ବିଜେପି ଅଧିକ ଗୁରୁତ୍ୱ ଦେଉଥିବାରୁ ଏଥର ଫଳାଫଳ କାହା ସପକ୍ଷରେ ଯିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।