ଘଷିପୁରାରେ ବଦ୍ରି ପାତ୍ରଙ୍କ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦି ଅଭିଯୋଗ । ଆକ୍ରମଣରେ ସୌମ୍ୟଙ୍କ ସମର୍ଥକ ଗୁରୁତର ।

251

କନକ ବ୍ୟୁରୋ: ଘଷିପୁରାରେ ବଦ୍ରି ପାତ୍ରଙ୍କ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦି ଅଭିଯୋଗ । ଆକ୍ରମଣରେ ଆହତ ହେଲେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମର୍ଥକ । ତେବେ ଏହି ଆକ୍ରମଣରେ ସୌମ୍ୟଙ୍କ ସମର୍ଥକ ଗୁରୁତର ହେଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ୱାଇଁକୂଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି । ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ସରୁଛି ଘଷିପୁରାରେ ନିର୍ବାଚନ ପ୍ରଚାର । ଆସନ୍ତା ୨୫ ତାରିଖରେ ଘଷିପୁରା ପାଇଁ ଭୋଟ୍ ଦେବେ ଜନତା । ଏଥର ବିଜେଡି ପ୍ରାର୍ଥୀଙ୍କୁ କଡ୍ଡା ଟକ୍କର ଦେଉଛନ୍ତି ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ । ତେଣୁ ପ୍ରତିହିଂସା ପରାୟଣ ହେଇ ବଦ୍ରିଙ୍କ ସମର୍ଥକ ସୌମ୍ୟଙ୍କ ସମର୍ଥକଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରୁଥିବା ଅଭିଯୋଗ ହେଉଛି ।