ନିର୍ବାଚନ ଭିତରେ ରାଜଧାନୀରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ

209

କନକ ବ୍ୟୁରୋ : ରାଜ୍ୟରେ ଆଉ ଦୁଇଟି ପର୍ଯ୍ୟାୟ ମତଦାନ ବାକି ରହିଛି । ଚତୁର୍ଥ ପର୍ଯ୍ୟାୟ ମତଦାନ ୨୫ ତାରିଖ ଶନିବାର ଅନୁଷ୍ଠିତ ହେବ । ଏହାରି ଭିତରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ରାଜଧାନୀରେ ରୋଡ ସୋ’ କରିଛନ୍ତି । ରେଣ୍ଟାଲ କଲୋନୀ ଓମଫେଡ୍ ଛଳରୁ ଏହି ରୋଡ ସୋ’ ଆରମ୍ଭ ହୋଇଛି । ଏହି ରୋଡ ସୋ’ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଲୋକସଭା ଓ ଏହି ଲୋକସଭା ଅଧିନରେ ଥିବା ୭ଟି ବିଧାନସଭାରେ ବିଜେଡଇ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କି, ଯଦି ପୁଣିଥରେ ରାଜ୍ୟରେ ବିଜେଡି ସରକାର ଗଠନ କରେ ତେବେ ଜୁଲାଇ ମାସରୁ ୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦିଆଯିବ । କେବଳ ସେତିକି ନୁହେଁ ରାଜ୍ୟ ସରକାରଙ୍କର ବିଭିନ୍ନ ଲୋକହିତକର ଯୋଜନା ବାବଦରେ ସେ ଲୋକମାନଙ୍କ ଠାରୁ ପ୍ରତିକ୍ରିୟା ନେଇଛନ୍ତି ।