କୋର୍ଟରେ ସତ୍ୟପାଠ ଦାଖଲ କଲେ ବର୍ଷା: ମାମଲାରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

137

କନକ ବ୍ୟୁରୋ: ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା । କଟକ ଫ୍ୟାମିଲି କୋର୍ଟରେ ସତ୍ୟପାଠ ଦାଖଲ କଲେ ବର୍ଷା । ମାମଲାରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ଅଯଥା ସମୟ ନନେବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେହିପରି ମିଥ୍ୟା ତଥ୍ୟ ନଦେବାକୁ ମଧ୍ୟ ବର୍ଷାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଫ୍ୟାମିଲ କୋର୍ଟରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଫ୍ୟାମିଲି କୋର୍ଟରେ ହାଜର ହେବାକୁ ଉଭୟଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଉଭୟଙ୍କ ଫ୍ରେସ ପିଟିସନ ଗ୍ରହଣ ବେଳେ କୋର୍ଟ ଉଭୟଙ୍କୁ ୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଉଭୟ ଆଜି କୋର୍ଟରେ ଏହି ଅର୍ଥ ରାଶି ଜମା କରିବେ ବୋଲି ତାଙ୍କ ଆଇନଜୀବୀ ପକ୍ଷରୁ ସୂଚନା ମିଳିଛି ।

ପୂର୍ବରୁ ବାରମ୍ବାର ତାରିଖ ଧାର୍ଯ୍ୟ ପରେ ମଧ୍ୟ ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ଆସୁନଥିଲେ । ସେହିପରି ଅନୁଭବ ମଧ୍ୟ ଛାଡପତ୍ର ପିଟିସନରେ ବିବାହ ସ୍ଥାନ ଭୁଲ ଦର୍ଶାଇଥିଲେ । ତେବେ ଏହି ମାମଲାର ଶୁଣାଣି କରି କୋର୍ଟ ଉଭୟଙ୍କୁ ୫ ହଜାର ଲେଖାଏଁ ଫାଇନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଅଯଥାରେ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଉଭୟଙ୍କ ଜରିମାନ କରିଛନ୍ତି ଫ୍ୟାମିଲି କୋର୍ଟ ।