ପ୍ରଶାନ୍ତ କିଶୋରଙ୍କ ବଡ ବୟାନ । କହିଲେ, ବିଜେପି ଜିତିବ ୩୦୦ ଆସନ । ୪୦୦ ପାର୍ କରିବା ଅସମ୍ଭବ ।

3,037

କନକ ବ୍ୟୁରୋ: ବିଜେପିର ବିଜୟକୁ ନେଇ ବଡ ବୟାନ ଦେଲେ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର । ମଙ୍ଗଳବାର ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଶାନ୍ତ କିଶୋର କହିଛନ୍ତି, ବିଜେପିକୁ ଏଥର ଲୋକସଭା ନିର୍ବାଚନରେ ପାଖାପାଖି ୩୦୦ ସିଟ୍ ମିଳିବାର ସମ୍ଭାବନା ଅଛି । ବିଜେପି ନିଜ ଦମରେ ୩୭୦ ସିଟ୍ ଜିତିବା ଅସମ୍ଭବ । ଅନ୍ୟପଟେ ଭାରତୀୟ ଜନତା ପାର୍ଟି ୩ ଶହ ପାଖାପାଖି ସିଟ୍ ଜିତିବ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିକୁ ୩୭୦ ସିଟ୍ ମିଳିବ ବୋଲି କହିଥିଲେ ଏବଂ ଏନଡିଏ ୪ ଶହ ପାର୍ କରିବ ବୋଲି କରିଥିଲେ, ସେହିଦିନ ହିଁ ଏହା ଅସମ୍ଭବ ବୋଲି ସେ କହିଥିଲେ । କେବଳ କାର୍ଯ୍ୟକର୍ତ୍ତମାନଙ୍କର ମନୋବଳ ବଢାଇବା ପାଇଁ ମୋଦୀ ଏପରି କହିଥିଲେ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି ।

ସେପଟେ ଏହା ନିଶ୍ଚିତ ଯେ, ବିଜେପି ୨୭୦ରୁ କମ୍ ସିଟ୍ ଜିତିବନି । ଗତ ନିର୍ବାଚନ ଭଳି ଏଥର ମଧ୍ୟ ଏନଡିଏ ୩୦୩ ପାଖାପାଖି ସିଟ୍ ଜିତିବ । ଖାସ୍ କରି ବିଜେପି ଉତ୍ତର ଏବଂ ପଶ୍ଚିମ କ୍ଷେତ୍ରରେ କ୍ଷତି ସହିବ । ଦକ୍ଷିଣ ଏବଂ ପୂର୍ବ କ୍ଷେତ୍ରରେ ବିଜେପିକୁ ଫାଇଦା ମିଳିବ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର । ବିହାର, ପଶ୍ଚିମବଙ୍ଗ, ଓଡିଶା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ କେରଳରେ ବିଜେପିର ସିଟ୍ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।