ବିଜେପି କର୍ମୀଙ୍କୁ ଥାନାକୁ ଟାଣିନେଲେ ବିଜେପି କର୍ମୀ । ପ୍ରକୃତ ଘଟଣା ଥିଲା କିଛି ଏଭଳି…

3,622

କନକ ବ୍ୟୁରୋ: ସର୍ଭେ କରିବାକୁ ଯାଇ ହଟହଟା ବିଜେପି ଟିମ୍ । ବିଜେପି ସର୍ଭେ ଟିମକୁ ଥାନାରେ ପୁରାଇଲେ ବିଜେପି କର୍ମୀ । ୬ ଘଣ୍ଟା ପରେ ମୁକୁଳିଲେ ଟିମରେ ଥିବା ୬ ଯୁବକ ଓ ଯୁବତୀ । ଯାଜପୁର ଦଶରଥପୁର ନିର୍ବାଚନ ମଣ୍ଡଳୀରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ଶଶୁଆ ପଞ୍ଚାୟତରେ ବିଜେପି ଟିମ ସର୍ଭେ କରୁଥିବା ଏଭଳି ସ୍ଥିତି ଉପୁଜିଥିଲା । କାଳିଆ ଯୋଜନା ଟଙ୍କା ପାଇଛ କି ନାହିଁ, ପ୍ରଧାନମନ୍ତ୍ରୀ ଆବାସ ମିଳିଛି କି ନାହିଁ ଏଭଳି କିଛି ପ୍ରଶ୍ନ ସେମାନେ ଲୋକଙ୍କୁ ପଚାରି ବୁଝୁଥିଲେ । ଏହି ସମୟରେ ବିଜେଡି ଟିମ ସର୍ଭେ କରୁଥିବା ଭାବି ବିଜେପି କର୍ମୀ ସେମାନଙ୍କୁ ଅଟକ ରଖିଥିଲେ । ଯାହାକୁ ନେଇ ଉତେଜନା ପରିସ୍ଥିତି ଉପୁଜିବା ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚିି ସର୍ଭେ କରୁଥିବା ଯୁବକଯୁବତୀଙ୍କୁ ଆଣି ଥାନାରେ ଅଟକ ରଖିଥିଲା । ପରେ ସେମାନେ ବିଜେପି ପାଇଁ ସର୍ଭେ କରୁଥିବା ଜଣାପଡିଥିଲା ।