୨ଟି ପର୍ଯ୍ୟାୟରେ ୨୦ ଦିନର ଗ୍ରୀଷ୍ମ ପ୍ରବାହ ଜାରି ରହିବା ପରେ ଆସିଲା ଆଶ୍ୱସ୍ତି ଖବର: ୨ ଦିନ ପରେ କମିବ ତାତି

226

କନକ ବ୍ୟୁରୋ: ୪୪ ଡିଗ୍ରୀ ସହ ବୌଦ୍ଧ ଓ ନୂଆପଡ଼ା ଆଜି ରାଜ୍ୟର ଉତପ୍ତ ସହର ପାଳଟିଛି । ୨୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଂଟିଗ୍ରେଡ୍ ଉପରେ ରହିଥିବା ବେଳେ ୪୦ ଡିଗ୍ରୀ ତଳେ ରହିଛି କଯକ ଓ ଭୁବନେଶ୍ୱରର ତାପମାତ୍ରା । ଉପକୂଳରୁ ହଟିଛି ଗ୍ରୀଷ୍ମ ପ୍ରବାହ ସ୍ଥିତି । ଏପଟେ ଦୁଇଟି ପର୍ଯ୍ୟାୟରେ ୨୦ ଦିନର ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆସିଛି ଆଶ୍ୱସ୍ତିର ଖବର । ୨ ଦିନ ପରେ ଦିନର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି । ୭ ତାରିଖ ପରେ ବର୍ଷାର ପରିମାଣ ବୃଦ୍ଧି ହେବ । କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଉତର-ପଶ୍ଚିମ ଓ ପଶ୍ଚିମ ଦିଗରୁ ବହୁଥିବା ପବନ ଧୀରେ ଧୀରେ ଦୁର୍ବଳ ହେଉଥିବା ବେଳେ ବଙ୍ଗୋପସାଗରରୁ ଆସୁଥିବା ପବନ ଶକ୍ତିଶାଳୀ ହେଉଛି । ଫଳରେ ବର୍ଷା ହେବା ସହ ତାପମାତ୍ରା ହ୍ରାସ ପାଇବ ବୋଲି କହିଛି ଆଂଚଳିକ ପାଣିପାଗ କେନ୍ଦ୍ର ।