ପ୍ରଧାନମନ୍ତ୍ରୀଙ୍କ ଆବାସ ଦଖଲ ପରେ କଠୋର ହେଲେ ନୂଆ ରାଷ୍ଟ୍ରପତି । କହିଲେ ଦେଶର ସୁରକ୍ଷା ପାଇଁ ସେନା ଓ ପୋଲିସ ନିଅନ୍ତୁ ଉଚିତ୍ ପଦକ୍ଷେପ

776

କନକ ବ୍ୟୁରୋ : ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଫେରାର ହୋଇଯିବା ପରେ ଏବେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘଙ୍କୁ ଅନ୍ତରୀଣ ରାଷ୍ଟ୍ରପତି ଭାବେ ଚୟନ କରାଯାଇଛି   । ହେଲେ ପ୍ରଦର୍ଶନକାରୀମାନେ ଯେଭଳି ଭାବେ ଗୋଟିଏ ପରେ ଗୋଟିଏ ସରକାରୀ ସଂସ୍ଥାକୁ ଦଖଲ କରିବାରେ ଲାଗିଛନ୍ତି ତାହା ଉପରେ କଠୋର ହୋଇଛନ୍ତି ନୂଆ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ । ବିକ୍ରମା ସିଂଘେ କହିଛନ୍ତି କି ଫାଶିବାଦୀ ଶକ୍ତି ଦେଶକୁ ଦଖଲ କରିବାକୁ ଚେଷ୍ଟା କରୁଛନ୍ତି । ସେପଟେ ପ୍ରଦର୍ଶନକାରୀଙ୍କୁ ଜବତ କରିବାକୁ ରାଷ୍ଟ୍ରପତି ସେନା ଓ ପୋଲିସର ହାତ ଖୋଲି ଦେଇଛନ୍ତି । ଏନେଇ ଏକ ଆଦେଶ ପାରିତ କରିଛନ୍ତି ନୂଆ ରାଷ୍ଟ୍ରପତି । ଆଦେଶ ମୁତାବକ ଆଇନ କାନୁନ ବ୍ୟବସ୍ଥା ମଧ୍ୟରେ ଏବେ ପୋଲିସ ଓ ସେନା ପ୍ରଦର୍ଶନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ।

କହିରଖୁ କି ଶ୍ରୀଲଙ୍କାର ନାଗରିକମାନେ ପୂର୍ବ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଓ ପୁର୍ବ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି । ଏହି କ୍ରମରେ ପ୍ରଥମେ ରାଷ୍ଟ୍ରପତି ଭବନ ଓ ପରେ ପ୍ରଧାନମନ୍ତ୍ରୀଙ୍କ ଆବାସକୁ ଦଖଲ କରିଛନ୍ତି । ଏହାସହ ସରକାରୀ ଟେଲିଭିଜନ ଦଖଲ କରିବା ପରେ ଜଣେ ପ୍ରଦର୍ଶନକାରୀ ଆଙ୍କର ଭାବେ ବସି ଦେଶବାସୀଙ୍କୁ ସମ୍ବୋଧିତ କରିବା ପରେ ଟେଲିଭିଜନ ଚ୍ୟାନେଲ ବନ୍ଦ କରିଦିଆଯାଇଛି ।