ପାରିବାରିକ କଳହରୁ ଆତ୍ମହତ୍ୟା ! ପିଲାଙ୍କୁ ଧରି ଟ୍ରେନ ଚକ ତଳେ ଜୀବନ ହାରିଲେ ମହିଳା

2,090

କନକ ବ୍ୟୁରୋ : ପିଲାଙ୍କୁ ଧରି ଟ୍ରେନ ଚକ ତଳେ ଜୀବନ ହାରିଲେ ମହିଳା । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଚିଡ଼ିପୁଡ଼ ଗାଁର ଜଣେ ମହିଳା ନିଜର ଦୁଇ ଛୁଆଙ୍କୁ ଧରି ଟ୍ରେନ ଆଗକୁ ଡେଇଁପଡ଼ିଥିଲେ । ମହିଳା ଓ ୮ ମାସର ଝିଅର ମୃତ୍ୟୁ ହୋଇଥିବା ବେଳେ ୩ ବର୍ଷର ପୁଅ ଆହତ ହୋଇଛି । ମୃତକ ହେଉଛନ୍ତି ଉପାଡ଼ା ଶ୍ୟାମ ରେଡ୍ଡୀଙ୍କ ପତ୍ନୀ ଉପାଡ଼ା ଶ୍ରାବଣୀ ।

ଆନ୍ଧ୍ର ଲୋଧାପୁଟି ନିକଟ ରେଳ ଧାରଣାରେ ଏହି ଘଟଣା ଘଟିଛି । ଆହତ ୩ ବର୍ଷର ଶିଶୁକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ଶ୍ରାବଣୀଙ୍କ ମାଆଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ବାପା ମଧ୍ୟ କେଉଁଆଡ଼େ ଚାଲିଯାଇଛନ୍ତି । ସେ ଜେଜେ ମା’ଙ୍କ ଘରେ ଦଶମାସ ହେଲା ରହିଆସୁଥିଲେ । ତେବେ ପାରିବାରିକ କଳହ କାରଣରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି ।