ମହଙ୍ଗା ପଡିଲା ବର୍ଦ୍ଦି ଦେଖାଇ ଧମକ ଦେବା : ଆଇଏସ୍ ଓ ଆଇପିଏସ ଅଧିକାରୀଙ୍କ ସମେତ ୫ ଜଣ ନିଲମ୍ବିତ

622

କନକ ବ୍ୟୁରୋ : ମହଙ୍ଗା ପଡିଲା ବର୍ଦ୍ଦି ଦେଖାଇ ଧମକ ଦେବା ।  ନିଲମ୍ବିତ ହେଲେ ରାଜସ୍ଥାନର ଆଇଏସ୍ ଓ ଆଇପିଏସ୍ ଅଧିକାରୀ ।  କୌଣସି ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ରାସ୍ତା କଡରେ ଥିବା ଏକ ରେଷ୍ଟୁରାଣ୍ଟରେ ପଶିଥିଲେ ଓ ଏହାର ଶୌଚଳାୟ ବ୍ୟବହାର କରିବାକୁ ଧସେଇ ପଶିଥିଲେ । ଏନେଇ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ସହ ଆଇଏସ ଓ ଆଇପିଏସ ଅଧିକାରୀଙ୍କ ସହ ଝଗଡ଼ା ହୋଇଥିଲା ।

ଭିଡିଓ ଭାଇରାଲ ପରେ ରାଜସ୍ଥାନର ଗେହଲଟ ସରକାର ଆଇଏସ୍ ଓ ଆଇପିଏସ ଅଧିକାରୀଙ୍କ ସମେତ ୫ ଜଣଙ୍କୁ ନିଲମ୍ବିତ କରିଛନ୍ତି । ଆଇଏସ୍ ଅଧିକାରୀ ଜଣଙ୍କ ହେଉଛନ୍ତି  ଆଜମେର ଉନ୍ନୟନ ଅଥୋରିଟି କମିଶନର ଗିରିଧର ।  ଆଇପିଏସ୍ ଅଧିକାରୀ ହେଉଛନ୍ତି ଗଙ୍ଗପୁର ସିଟିର ଶୁଶିଲ କୁମାର ବିଷ୍ଣୋଇ । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ଆଇପିଏସ୍ ଅଧିକାରୀଙ୍କ ବିଦାୟକାଳୀନ ପାର୍ଟିରେ ଯୋଗଦେବାକୁ ଆଇଏସ୍ ଓ ଆଇପିଏସ ଅଧିକାରୀଙ୍କ ସହ କିଛି ଷ୍ଟାଫ୍ ଯାଇଥିଲେ । ପାର୍ଟି ସାରି ରାତିରେ ଫେରୁଥିବା ବାଟରେ ଏକ ରେଷ୍ଟୁରାଣ୍ଟର ବାଥରୁମ ବ୍ୟବହାର କରିବାକୁ କହିଥିଲେ ।

ରେଷ୍ଟୁରାଣ୍ଟ କର୍ମଚାରୀ ମନା କରିବାକୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଏହା ଗଣ୍ଡଗୋଳର ରୂପ ନେଇଥିଲା ।  ଶେଷରେ ଆଇଏସ ଓ ଆଇପିଏସ୍ ଅଧିକାରୀ ପଳାଇ ଯାଇଥିଲେ । ଏହାର କିଛି ସମୟରେ ସେମାନେ କିଛି ପୋଲିସ କର୍ମଚାରୀଙ୍କୁ ସାଙ୍ଗରେ ଧରି ରେଷ୍ଟୁରାଣ୍ଟ ଆସିବା ସହ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଘଟଣାର ଭିଡିଓ ଭାଇରାଲ ପରେ ସେମାନଙ୍କୁ ନିଲମ୍ବିତ କରାଯାଇଛି ।