ଚିଲିକା ବ୍ଲକ୍ ବାଲୁଗାଁ ହାଇସ୍କୁଲରେ ‘ମୋ ସ୍କୁଲ’ ଅଭିଯାନ କାର୍ଯ୍ୟକ୍ରମ । ସ୍କୁଲକୁ ଲକ୍ଷେ ଟଙ୍କାର ସହାୟତା ଦେଲେ ୧୯୯୨ ବ୍ୟାଚର ଛାତ୍ରଛାତ୍ରୀ

106

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନର ଏକ କାର୍ଯ୍ୟକ୍ରମ ଚିଲିକା ବ୍ଲକ୍ ବାଲୁଗାଁ ହାଇସ୍କୁଲ ପରିସରରେ ରବିବାର ଦିନ ଆୟୋଜିତ ହୋଇଛି । ୧୯୯୨ ବ୍ୟଚ୍ର ପୁରାତନ ଛାତ୍ରଛାତ୍ରୀମାନେ ଏ ଅବସରରେ ସ୍କୁଲକୁ ଏକଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ପୁରୁଣା ଶିକ୍ଷକମାନଙ୍କୁ ସମ୍ମାନପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧିତ କରାଯାଇଛି । ଦୀର୍ଘ ୩୦ ବର୍ଷ ପରେ ସ୍କୁଲ ପରିସରରେ ଗୁରୁ- ଶିଷ୍ୟ ମିଳନର ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ଦିବଂଗତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉଦେଶ୍ୟରେ ଏକ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା । ଆମେରିକା, ଲଂଣ୍ଡନ, ମୁମ୍ବାଇ, ବେଙ୍ଗଳୁରୁରେ ରହୁଥିବା ଛାତ୍ରଛାତ୍ରୀମାନେ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ ।

ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ପୁରୁଣା ଛାତ୍ରଛାତ୍ରୀମାନେ ବିଦ୍ୟାଳୟଗୁଡିକର ବିକାଶ ଦିଗରେ ନିଜ ଅବଦାନ ଜାରି ରଖିବାକୁ ମତ ପ୍ରକାଶ ପାଇଥିଲା । ୭୦-୮୦ ବର୍ଷ ବୟସରେ ବି ଖୁବ୍ ଆଗ୍ରହର ସହ କାର୍ଯ୍ୟକ୍ରମରେ ଯୋଗ ଦେଇ ଅବସରପ୍ରାପ୍ତ ପ୍ରାକ୍ତନ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ କରି ଅନେକ ଉପାଦେୟ ପରାମର୍ଶ ପ୍ରଦାନ କରିଛନ୍ତି । ସଂଗ୍ରାମ କେଶରୀ ଷଡଙ୍ଗୀ ଉଦଘାନୀ ଅଭିଭାଷଣ ଦେଇଥିବା ବେଳେ ଭଗତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀପତି ପ୍ରହରାଜ, ନିରଂଜନ ବିଶ୍ୱାଳ, ବ୍ରଜସୁନ୍ଦର ବେହେରା, ସଂଜିତ ନାୟକ, ଜୟଦେବ ପାତ୍ର, ମଧୁସ୍ମିତା ହୋତା, କବିତା ବୈରୀଗଂଜନ ଆଦି ପୁରାତନ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।