ଆସିଛି ପର୍ଯ୍ୟଟନ ଋତୁ । ଚଳଚଞ୍ଚଳ ଅଂଶୁପା ପ୍ରାକୃତିକ ଉଦ୍ୟାନ

409

କନକ ବ୍ୟୁରୋ: ଆସିଛି ପର୍ଯ୍ୟଟନର ଋୁତୁ ।ଆଉ ଚଳଚଂଚଳ ହୋଇଉଠିଛି କଟକ ଜିଲ୍ଲା ବାଙ୍କୀର ପର୍ଯ୍ୟଟନସ୍ଥଳୀ ପ୍ରକୃତି ଉଦ୍ୟାନ ଅଂଶୁପା । କୋଭିଡ କଟକଣା କିଛିମାତ୍ରାରେ କୋହଳ ହେବାପରେ ଏବେ ଏହି ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକ ଆସିବାରେ ଲାଗିଛନ୍ତି । ଆଗକୁ ନୂଆବର୍ଷ ଆସୁଥିବାରୁ ଏବେଠାରୁ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି ।ସେପଟେ ଭୋଜିଭାତ ସାଙ୍ଗକୁ ବୋଂଟିର ମଜା ଉଠାଉଛନ୍ତି ପର୍ଯ୍ୟଟକ ।

ରାଜ୍ୟର ଅନେକ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଅଶୁଂପା ହେଉଛି ଅନ୍ୟତମ ।କଟକ ଜିଲ୍ଲାର ବାଙ୍କୀରେ ଅବସ୍ଥିତ ଏସିଆର ଦିତୀୟ ବୃହତମ ମଧୁର ହ୍ରଦ ଭାବରେ ଅଶୁଂପା ବେଶ୍ ପରିଚିତ । କୋଭିଡ କଟକଣା ପାଇଁ ଦୀର୍ଘ ଦୁଇବର୍ଷ ଧରି ଏହି ପର୍ଯ୍ୟଟନସ୍ଥଳୀ ବନ୍ଦ ରହିଥିଲା ।ଏବେ ଏହି କଟକଣା କୋହଳ ହେବାପରେ ଧିରେଧିରେ ପର୍ଯ୍ୟଟକ ଆସିବାକୁ ଲାଗିଲେଣି ।ସେପଟେ ଭୋଜିଭାତ ସାଙ୍ଗକୁ ନାଚଗୀତ ସହିତ ବୋଂଟିର ମଜା ଉଠାଉଛନ୍ତି ପର୍ଯ୍ୟଟକ ।

 କଟକ ଜିଲ୍ଲା ବାଙ୍କି ନିକଟରେ ରହିଛି ଅଂଶୁପା ହ୍ରଦ । ଅଶ୍ୱଖୁରାକୃତି ଏହି ମଧୁର ଜଳ ହ୍ରଦର ପ୍ରାକୃତିକ ଶୋଭା ମନକୁ କରେ ଆନମନା । ଏଠାକୁ ପର୍ଯ୍ୟଟକ ଆସି ପ୍ରକୃତିର ଶୋଭାରାଜିକୁ ମନଭରି ଉପଭୋଗ କରୁଛନ୍ତି । ଏହାସହ ଏଠି ଏବେ ଜମୁଛି ଭୋଜିଭାତର ଆସର ।

ଏହାସହ ଅଂଶୁପାରେ ହୋଇଥିବା ବୋଟିଂ ବ୍ୟବସ୍ଥାର ମଜା ଉଠାଉଛନ୍ତି ପର୍ଯ୍ୟଟକ । ଅଂଶୁପାର ମନୋରମ ଦୃଶ୍ୟ ଉପଭୋଗ କରିବାକୁ ଦୂର ଦୂରାନ୍ତରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ । କେବଳ ବଡ ମାନଙ୍କ ପାଇଁ ନୁହେଁ ପିଲାମାନଙ୍କ ପାଇଁ ମଧ୍ୟ ଏଠାରେ ରହିଛି ଶିଶୁ ଉଦ୍ୟାନ, ଯେଉଁଠାରେ ନାଚକୁଦରେ ମସଗୁଲ ହେଉଛନ୍ତି ପିଲାଏ । ଶୀତ ଯେତେ ବଢୁଛି , ବଢୁଛି ପ୍ରକୃତିର ଶୋଭା । ଏଭଳି ସମୟରେ ଅଂଶୁପା ହ୍ରଦର ସୌନ୍ଦର୍ଯ୍ୟ ବେଶ ଉପଭୋଗ୍ୟ ।