ସତ କହିବ ମିଛ ଧରା ପରୀକ୍ଷା : ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତରଞ୍ଜନ ମୃତ୍ୟୁ ମାମଲା; ୪ ଅଭିଯୁକ୍ତଙ୍କ ହେବ ଲାଇ ଡିଟେକ୍ସନ୍ ଟେଷ୍ଟ

108

କନକ ବ୍ୟୁରୋ : ସତ କହିବ ମିଛ ଧରା ପରୀକ୍ଷା । ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ସହଯୋଗୀ ଚିତରଂଜନ ପଲେଇ ମୃତ୍ୟୁ ମାମଲାରେ ହେବ ଲାଏ ଡିଟେକ୍ସନ୍ ଟେଷ୍ଟ । ୪ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ରାଜ୍ୟ ଫରେନ୍ସିକ୍ ଲ୍ୟାବକୁ ଅଣାଯାଇଛି । ଚିତ ମୃତ୍ୟୁ ମାମଲାରେ ଜଗନ୍ନାଥ ଷଡଙ୍ଗୀ, ସର୍ବେଶ୍ୱର ଜେନା, ସୂର୍ଯ୍ୟପ୍ରସାଦ ମିଶ୍ର ଓ ଉମାକାନ୍ତ ପାଇକରାୟଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ କରାଯିବ ।

ପୂର୍ବରୁ ଏହି ମାମଲାରେ ପୁରୀ ପୋଲିସ ୪ ଜଣଙ୍କୁ ପଚରାଉଚରା କରିଥିଲା । ପରେ କ୍ରାଇମବ୍ରାଞ୍ଚ ମଧ୍ୟ ପଚରାଉଚରା କରିଥିଲା । ଏହା ସହ ଜଗନ୍ନାଥ ଉପରେ ଅଧିକ ସନ୍ଦେହ ଥିବାରୁ ଅଲଗା ଜେରା କରାଯାଇଥିଲା । ତେବେ ସେମାନଙ୍କ ଉତରରେ କୌଣସି ତାଳମେଳ ନରହିବାରୁ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ । ଆବଶ୍ୟକ ପଡି଼ଲେ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ୍ କରାଯିବ ବୋଲି କହିଥିଲେ କ୍ରାଇମବ୍ରାଞ୍ଚ ଏଡିଜି । ପୁରୀରେ ଏସ୍ପିଙ୍କ ସହ ଆଲୋଚନା କରିବା ସହ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ।

ଦ୍ୱନ୍ଦ୍ୱ ବଢାଇଲା ବ୍ୟବଚ୍ଛେଦ ରିପୋର୍ଟ । ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ସହଯୋଗୀ ଚିତରଞ୍ଜନ ପଲେଇ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି । ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିବାବେଳେ ଶନିବାର ଚିତଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲା । ରବିବାର ଏହାକୁ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି । ତେବେ ରୋପୋର୍ଚରେ ଦୁର୍ଘଟଣା ପରେ ପାଣିରେ ବୁଡି ଚିତରଞ୍ଜନଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ଥିବା କହିଛନ୍ତି ପୁରୀ ସିଡିଏମଓ । ତେଣୁ ଭିସେରା ରିପୋର୍ଟରୁ ଅଧିକ ସ୍ପଷ୍ଟ ହୋଇପାରିବ ବୋଲି ସିଡିଏମଓ କହିଛନ୍ତି ।