ରାଜଧାନୀରୁ ପୁଣି ଜଣେ ୧୬ ବର୍ଷର ନାବାଳକ ନିଖୋଜ : ଥାନାରେ ଅଭିଯୋଗ କଲେ ପରିବାର

237

କନକ ବ୍ୟୁରୋ : ଗାଳି ଦେବାକୁ ଘର ଛାଡି ପଳାଇଲେ ନାବାଳକ । ସ୍କୁଲ ନଯିବାକୁ ନେଇ ଘର ଲୋକ ଏବଂ ଶିକ୍ଷକ ଗାଳିଗୁଲଜ କରିବାରୁ ଘର ଛାଡି ପଳାଇଲେ ୧୬ ବର୍ଷର ନାବାଳକ । ଭୁବନେଶ୍ୱର ମୈତ୍ରି ବିହାର ଅଂଚଳର ଯୋଗେଶ ବାଲାଜି ଗତକାଲିଠୁ ନିଖୋଜ ଅଛନ୍ତି । ଗତକାଲି ସକାଳୁ ସେ ଘରୁ ବାହାରକୁ ଯାଇଥିବା ବେଳେ ତାଙ୍କର କୌଣସି ପତ୍ତା ମିଳୁନାହିଁ । ରାଗିକି କେଉଁଆଡେ ପଳାଇ ଯାଇଥିବା ଘର ଲୋକ ସନ୍ଦେହ କରୁଛନ୍ତି । ପୁଅ ନିଖୋଜ ଥିବା ନେଇ ଘର ଲୋକ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଛନ୍ତି ।