ନିଜକୁ ଗୁଳି ମାରିଦେଲେ ଡିଆଇଜି ସି ବିଜୟକୁମାର : କାହିଁକି କଲେ ଆତ୍ମହତ୍ୟା? କ’ଣ କହିଲେ ସହକର୍ମୀ

833

କନକ ବ୍ୟୁରୋ : ନିଜକୁ ଗୁଳି ମାରିଦେଲେ ଡିଆଇଜି । ତାମିଲନାଡୁର କୋଇମ୍ବାଟୋର ରେଞ୍ଜ ଡିଆଇଜି ସି ବିଜୟକୁମାର ନିଜକୁ ଗୁଳି ମାରି ମୃତ୍ୟୁବରଣ କରିଛନ୍ତି । ଆଜି ସକାଳେ ନିଜ କ୍ୟାମ୍ପ ଅଫିସରେ ନିଜ ମୁଣ୍ଡକୁ ଗୁଳି ମାରିଦେଇଛନ୍ତି । ସୂଚନା ମୁତବାକ, ବିଜୟକୁମାର ଆଜି ସକାଳୁ ଉଠିବା ପରେ ପ୍ରାତ ଭ୍ରମଣରେ ଯାଇଥିଲେ । ସକାଳ ୬ ଟା ୪୫ ମିନିଟ୍ ସମୟରେ ଅଫିସକୁ ଆସିବା ପରେ ତାଙ୍କ ପିଏସଓଙ୍କୁ ତାଙ୍କ ବନ୍ଧୁକ ଆଣିବାକୁ କହିଥିଲେ ।

ପିଏସଓ ବନ୍ଧୁକ ଦେଇ ଯିବା ପରେ ପ୍ରାୟ ୬ଟା ୫୦ ମିନିଟ୍ ସମୟରେ ନିଜକୁ ଗୁଳି କରି ଦେଇଥିଲେ ଡିଆଇଚି । ପରେ ଅଫିସରେ ଥିବା ଅନ୍ୟ କର୍ମଚାରୀମାନେ ଉପରିସ୍ଥ ଅଧିକାରୀଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । କିଛି ସପ୍ତାହ ହେବ ସେ ଠିକସେ ଶୋଇପାରୁନଥିବା ନେଇ ତାଙ୍କ ସହକର୍ମୀଙ୍କୁ କହୁଥିଲେ । ଡିପ୍ରେସନ ତଥା ମାନସିକ ଚାପରେ ରହୁଥିବା ନେଇ ସହକର୍ମୀଙ୍କୁ କହୁଥିଲେ ବିଜୟକୁମାର । କିନ୍ତୁ କ’ଣ ପାଇଁ ଏଭଳି ଆତ୍ମହତ୍ୟା କଲେ ସେନେଇ କିଛି ସ୍ପଷ୍ଟ ସୂଚନା ମଳିପାରିନାହିଁ ।