ତୃତୀୟ ପର୍ଯ୍ୟାୟ ଭୋଟ ଦେଉଛି ଓଡିଶା । ରାଜ୍ୟରେ ୫ଟା ସୁଦ୍ଧା ୫୯.୬୦%ପ୍ରତିଶତ ମତଦାନ

125

କନକବ୍ୟୁରୋ:ରାଜ୍ୟରେ ୫ଟା ସୁଦ୍ଧା ୫୯.୬୦%ପ୍ରତିଶତ ମତଦାନ ।ସୂଚନା ଦେଲେ ରାଜ୍ୟ ନିର୍ବାଚନ ଅଧିକାରୀ । ଏଯାବତ ୫୯ ଦଶମିକ ୬୦ ପ୍ରତିଶତ ମତଦାନ ହୋଇଥିବା ବେଳେ ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ସବୁଠୁ କମ୍ ଭୋଟ ପଡିଛି । ଦେଓଗଡ ସର୍ବାଧିକ ମତଦାନ ହୋଇଛିି ।  । ସେହିଭଳି ବିଧାନସଭା କ୍ଷେତ୍ରରେ କୁଚିଣ୍ଡାରେ ସର୍ବାଧିକ ମତ ସଂଗ୍ରହ କରାଯାଇଛି । ଭୁବନେଶ୍ୱର ମଧ୍ୟରେ ସର୍ବନିନ୍ନ  ଭୋଟର ମତଦାନ କରିଛନ୍ତି । ସେପଟେ ୱେବକାଷ୍ଟିଂରେ ବୁଥ ମନିଟରିଂ କରୁଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ସେହିପରି ଦିନ ୫ଟା ସୁଦ୍ଧା ଦେଓଗଡରେ ୬୭ ପ୍ରତିଶତ ହୋଇଥିବା ବେଳେ ଢେଙ୍କାନାଳରେ ୫୮ଦଶମିକ ୬୯ ପ୍ରତିଶତ ,କେଉଁଝର ୬୨ ଦଶମିକ ୫୯ ପ୍ରତିଶତ ଖୋର୍ଧା ୫୪ ଦଶମିକ ୩୫ ପ୍ରତିଶତ ଓ ମୟୁରଭଂଜ ୬୫ ଦଶମିକ ୬୧ ପ୍ରତିଶତ ରହିଛି ।