ରାଜ୍ୟରେ ୩ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ । ସୂଚନା ଦେଲେ ରାଜ୍ୟ ନିର୍ବାଚନ ଅଧିକାରୀ ।

59

କନକ ବ୍ୟୁରୋ: ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା । ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟରେ ୪୮.୪୪ ପ୍ରତିଶତ ଭୋଟିଂ ହୋଇଛି । ତା ସହିତ ରାଜ୍ୟରେ ସୁରୁଖରରେ ନିର୍ବାଚନ ଚାଲିଛି । ଅପରାହ୍ନରେ ଆହୁରି ମତଦାନ ସଂଖ୍ୟା ବଢିପାରେ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ । ତେବେ ଅପରାହ୍ନ ୬ଟା ଭିତରେ ଭୋଟରଙ୍କୁ ଭୋଟ ପାଇଁ ସୁଯୋଗ ମିଳିବ ବୋଲି କୁହାଯାଇଛି । ଅନ୍ୟପଟେ କୌଣସି ଜାଗାରେ ବଡ଼ ବିଶୃଙ୍ଖଳା ହୋଇନି । ସବୁ ବୁଥରେ ପୋଲିସ ଅଧିକାରୀ ନିୟୋଜିତ ହୋଇଛି । ଏଯାବତ କୌଣସି ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିନି । ଆଜି କୁଚିଣ୍ଡା ଓ ରେଢାଖୋଲରେ ଅପରାହ୍ନରେ ୪ଟା ପର୍ଯ୍ୟନ୍ତ ନିର୍ବାଚନ ଜାରି ରହିବ । ସେହିଭଳି ଦେବଗଡରେ ୫ ଟାରେ ସରିବ ଭୋଟିଂ । ରାଜ୍ୟର ଅନ୍ୟାନ୍ୟ ଜାଗାରେ ସ୍ଵାଭାବିକ ଭାବେ ୬ଟା ପର୍ଯ୍ୟନ୍ତ ଭୋଟିଂ ହେବ । ଆଜି ଛେଣ୍ଡିପଦା ୮୪ ନମ୍ୱର୍ ବୁଥରୁ ଯେଉଁ ସବୁ ଅପ୍ରୀତିକର ସ୍ଥିତିର ଭିଡିଓ ଆସିଛି ତାହାକୁ ତଦାରଖ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଘଟଣା ସ୍ଥଳକୁ ତଦାରଖ ପାଇଁ ମୋବାଇଲ ପାଟ୍ରୋଲିଂ ଟିମ ପଠାଯାଇଛି । ଜିରୋ ଟଲରାନ୍ସ ନୀତି ଗ୍ରହଣ କରାଯିବ ବୋଲି କହିଛନ୍ତି ଆଇନ୍ ଶୃଙ୍ଖଳା ଅତିରିକ୍ତ ଡିଜିପି ସଞ୍ଜୟ କୁମାର ।