ଭୋଟ୍ ଦେଲେ ଧର୍ମେନ୍ଦ୍ର ପ୍ରଧାନ । କହିଲେ ଓଡିଶାର ୨୧ ଲୋକସଭା ଜିତିବା ସହ ପୁଣିଥରେ କେନ୍ଦ୍ରରେ ହେବ ମୋଦୀ ସରକାର । ଓଡିଶାରେ ବି ବହୁମତ ହାସଲ କରିବ ବିଜେପି ।

131

କନକ ବ୍ୟୁରୋ: ଭୋଟ୍ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରେ ଲୋକସଭା ନିର୍ବାଚନ୍ ଲଢୁଥିଲେ ବି, ଭୁବନେଶ୍ୱର ଆସି ନିଜ ମତ ଅଧିକାର ସାବ୍ୟସ୍ତ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଡିଏଭି ପବ୍ଲିକ୍ ସ୍କୁଲରେ ହେଇଥିବା ମତଦାନ କେନ୍ଦ୍ରକୁ ଆସି ଧର୍ମେନ୍ଦ୍ର ପ୍ରଧାନ ଭୋଟ୍ ଦେଇଛନ୍ତି । ତେବେ ଭୋଟ୍ ଦେଇ ଧର୍ମେନ୍ଦ୍ର କହିଛନ୍ତି, ଭାରତର ଗଣତନ୍ତ୍ରର ଏ ମହାପର୍ବରେ ମୁଁ ଆଜି ଭାଗ ନେଲି । ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏବଂ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ସେ ଭୋଟ୍ ଦେଇଥିବା ନେଇ ସୂଚନା ଦେଇଛନ୍ତି । ଏଥିସହ ଦେଶରେ ପୁଣି ମୋଦୀ ସରକାର ହେବା ସହ ଓଡିଶାର ୨୧ରୁ ୨୧ ଲୋକସଭା ଆସନ ଜିତିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ଧର୍ମେନ୍ଦ୍ର । ଅନ୍ୟପଟେ ରାଜ୍ୟରେ ବିଜେପି ବହୁମତ ହାସଲ କରିବା ସହିତ ସରକାର ଗଠନ କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।