ରାଜ୍ୟରେ ବାତ୍ୟାର ପ୍ରଭାବ, ଉପକୂଳବର୍ତ୍ତୀ ଅଞ୍ଚଳରେ ଆରମ୍ଭ ହେଲାଣି ବର୍ଷା, ପବନ ।

2,992

କନକ ବ୍ୟୁରୋ: ବାତ୍ୟା ପ୍ରଭାବରେ ବାଲେଶ୍ୱରରେ ଆରମ୍ଭ ହେଲାଣି ବର୍ଷା ,ପବନ । ଅବପାତରେ ପରିଣତ ହେଲାଣି ଲଘୁଚାପ । ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ୱର ଜିଲ୍ଲାରେ ବର୍ଷା ପବନ ଆରମ୍ଭ ହୋଇଯାଇଛି । ଅବପାତ ପ୍ରଭାବରେ ଭୋଗରାଇରେ ବର୍ଷା ହେଉଛି , ପବନ ମଧ୍ୟ ବହୁଛି । ବଙ୍ଗୋପସାଗରରେ ସୁଦୃଶ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ । ପରେ ୨୬ ତାରିଖ ମଧ୍ୟରାତ୍ରୀ ସୁଦ୍ଧା ବାଂଲାସାଗର ଦ୍ୱୀପ ଓ ଖେପୁପାରା ମଧ୍ୟଦେଇ ବାତ୍ୟା ସ୍ଥଳଭାଗ ଛୁଇଁବ ବାତ୍ୟା ‘ରେମାଲ’ । କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବା ସହିତ ଏହା ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରେ ଏହା ବାଂଲାଦେଶ ଉପକୂଳ ଆଡ଼କୁ ଗତି କରୁଛି । ଏହାର ପ୍ରଭାବ ଦେଖିବାକୁ ମିଳିଛି ।

ସେହିପରି ପୁରୀ ଅସ୍ତରଙ୍ଗରେ ମଧ୍ୟ ପାଗରେ ପରିବର୍ତ୍ତନ ହୋଇଛି । ବଙ୍ଗୋପସାଗରରେ ସୃଷ୍ଟି ସାମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଆଜି ସକାଳୁ ପାଗରେ ପରିବର୍ତ୍ତନ ହୋଇଛି । ଉପକୂଳରେ ଏହାର ପ୍ରଭାବ ନଥିଲେ ମଧ୍ୟ ଅସ୍ତରଙ୍ଗରେ ବର୍ଷା ସାଙ୍ଗକୁ ହାଲକା ପବନ ଆରମ୍ଭ ହୋଇଯାଇଛି । ଏହି ବର୍ଷା ସାଙ୍ଗକୁ କୋହଲା ପାଗରେ ଅସ୍ତରଙ୍ଗରେ ଅସହ୍ୟ ଗରମରୁ ଆଶ୍ୱସ୍ତି ମିଳିଛି । ବାତ୍ୟାର ପ୍ରଭାବରେ ସମୁଦ୍ର ମଧ୍ୟ ଅଶାନ୍ତ ହୋଇଗଲାଣି । ସେପଟେ କେନ୍ଦ୍ରାପଡା ପାଟକୁରାରେ ବର୍ଷା । ସକାଳୁ ସକାଳୁ ପ୍ରବଳ ବର୍ଷା ହେଉଛି । ଅସହ୍ୟ ଗରମ ବେଳେ ବର୍ଷା ଲୋକଙ୍କୁ ଆଶ୍ୱସ୍ତି ଆଣି ଦେଇଛି ।