ବୋଲଗଡରେ ବୁଥ୍ ଭିତରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଇଭିଏମ ଭଙ୍ଗାରୁଜା ଅଭିଯୋଗ ।ଗିରଫ ଦାବିରେ ସିଇଓ ଅଧିକାରୀଙ୍କୁ ଭେଟିଲା ବିଜେଡି ।

659

କନକବ୍ୟୁରୋ:ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିବା ପାଇଁ ଦାବି କରିଛି ବିଜେଡି । ବିଜେଡିର ଅଭିଯୋଗ ଅନୁସାରେ, ବୋଲଗଡ଼ର ଏକ ବୁଥରେ ପଶି ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭଙ୍ଗାରୁଜା କରିଛନ୍ତି ।

ଏହାସହ ପ୍ରିଜାଇଡିଂ ଅଫିସର ଓ କର୍ମଚାରୀଙ୍କୁ ମାଡ ମାରି ରକ୍ତାକ୍ତ କରିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିବା ଜଣାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ବୁଥ୍ ଭିତରେ ଭଙ୍ଗାରୁଜା କରିବା ପରେ ପ୍ରଶାନ୍ତ ଫେରାର ହୋଇଯାଉଥିବା ବେଳେ ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ତାଙ୍କୁ ଗାଡିରେ ବସାଇ ନେଇ ଯାଇଥିବା ବିଜେଡି ଅଭିଯୋଗ କରିଛି । ସେପଟେ ବେଗୁନିଆ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ଅଟକ ରଖିଥିବା ସୂଚନା ମିଳିଛି