କ’ଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ନବୀନ ପଟ୍ଟନାୟକଙ୍କର ଫଟୋ ଧରି ଛିଡା ହେଇଛନ୍ତି? କଣ ରହିଛି ଏହାର ସତ୍ୟତା ଜାଣନ୍ତୁ

2,918

originally fact checked by fact Crescendo:  ଏବେ ସବୁଠି ନିର୍ବାଚନର ମାହୋଲ । ଗାଁ ଠାରୁ ସହର ଯାଏଁ, ସକାଳରୁ ରାତି ଯାଏଁ କେବଳ ନିର୍ବାଚନ ଚର୍ଚ୍ଚା। ଭୋଟ ହାତେଇବା ପାଇଁ ଭଳିକି ଭଳି ରଣନୀତି ପ୍ରସ୍ତୁତ କରୁଛନ୍ତି ରାଜନେତା। ବହୁ ଦିନ ଧରି ଓଡିଶାରେ ବିଜେଡି ସରକାର ଶାସନ କରି ଆସୁଥିବାବେଳେ ରାଜ୍ୟରେ ଶାସନ କରିବାକୁ ଯୋଜନା କରିଛନ୍ତି ବିଜେପି। ଏଥିପାଇଁ ଓଡିଶା ମୁହାଁ ହୋଇଛନ୍ତି ଆଗ ଧାଡିର କେନ୍ଦ୍ରୀୟ ବିଜେପିର ତୁଙ୍ଗ ନେତା। କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡିଶାରେ ଡେରା ପକାଇଛନ୍ତି। ଆଉ ଏହି ସମୟରେ ଭାଇରାଲ ହେଉଛି ଏକ ଅଜବ ଫଟୋ।

ଯେଉଁ ଫଟୋ ବଦଳାଇ ଦେଇପାରେ ଅନେକ ସମୀକରଣ। ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାରେ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ବିଜେପି ନିର୍ବାଚନ ଜିତିବା ପରେ ଓଡ଼ିଶାକୁ ସର୍ବଶ୍ରେଷ୍ଟ ରାଜ୍ୟରେ ପରିଣତ କରି ଦେବ। କିନ୍ତୁ ଭାଇରାଲ ହେଉଥିବା ଫଟୋ ଦେଖିଲେ ଆପଣଙ୍କର ବି ହୋସ ଉଡିଯିବ। ଯେଉଁ ସମୟରେ ଓଡ଼ିଶାର ନେତୃତ୍ୱ ବିରୋଧରେ ପ୍ରଧାନମନ୍ତ୍ରୀ ଖୁଲମଖୁଲା କହୁଛନ୍ତି ସେହି ସମୟରେ ଭାଇରାଲ ହେଉଥିବା ଫଟୋ କହୁଛି କିଛି ଅଲଗା କଥା। ଫଟୋ ଉପରେ ଟିକେ ନଜର ପକାନ୍ତୁ।

Claimed By: Social media Users

Claim REVIEWED By: fACT Crescendo

Claim Source : social Media

Fact Check: False

ସୋସିଆଲ ମିଡିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ନବୀନ ପଟ୍ଟନାୟକଙ୍କର ଫୋଟୋ ଧରି ଛିଡ଼ା ହେଇଥିବା ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋକୁ ଏପରି ସେୟାର କରାଯାଉଛି ଯେ ନବୀନ ପଟ୍ଟନାୟକଙ୍କୁ ବିଜେପି ସମର୍ଥନ ଦେଉଛି।

https://odia.factcrescendo.com/altered-image-showing-dharmendra-pradhan-and-modi-holding-naveen-patnaiks-portrait/

ତେବେ ଆମେ ଆପଣଙ୍କୁ ଜଣେଇବୁ ଏହା ପଛରେ ରହିଥିବା ସତ୍ୟତା ବା ଫ୍ୟାକ୍ଟ ଚେକ୍-

ଫ୍ୟାକ୍ଟ କ୍ରିଷେଣ୍ଡୋ ଫ୍ୟାକ୍ଟ ଚେକ କରିବା ପରେ ଜାଣିବାକୁ ପାଇଲା ଯେ ଏହା ଗୋଟିଏ ହେଉଛି ଏଡିଟେଡ ଫୋଟୋ । ଏହି ଫୋଟ ଭିତରେ ରହିଛି ଅନେକ ରହସ୍ୟ । ନକଲି ଫୋଟେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅସଲି ଫୋଟୋରେ ଧର୍ମେନ୍ଦ୍ର ପ୍ରଧାନ ମୋଦୀଙ୍କୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ପ୍ରଦାନ କରୁଛନ୍ତି। କିନ୍ତୁ ଫଟୋଟିରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ସାର୍ଟିଫିକେଟ ପରିବର୍ତ୍ତେ ନବୀନ ପଟ୍ଟନାୟକଙ୍କ ଫଟୋ ରହିଛି। ଏହି ଫୋଟୋକୁ ଏପରି ସେୟାର କରା ଯାଉଛି ଯେ ବିଜେପି ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଦେଉଛି।

ଆପଣମାନେ ଭାଇରାଲ ହେଉଥିବା ଫଟୋ ସହ ମଧ୍ୟ ଆମ ଆମ ଅନୁସନ୍ଧାନକୁ ତୁଳନା କରିପାରିବେ । ତେବେ ଆପଣମାନେ ଜାଣିପାରିବେ ଭାଇରାଲ ହେଉଥିବା ଫଟୋ ଟି ସତ୍ୟ କି ନା ଏଡିଟ କରି ମିଥ୍ୟା ପ୍ରଚାର କରାଯାଉଛି ।

ଅନୁସନ୍ଧାନ-

ଅନୁସନ୍ଧାନରେ ପ୍ରଥମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରାଯାଇଥିଲା। ୫ ଡିସେମ୍ବର ୨୦୧୫ ର ଜି ନ୍ୟୁଜ୍ ୱେବସାଇଟରେ ଏକ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଏହି ଫୋଟୋରେ ଆମେ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୋଦୀଙ୍କୁ ସମାନ ପୋଷାକ ଏବଂ ଅବସ୍ଥାରେ ଦେଖିବାକୁ ମିଳିଛି।

କିନ୍ତୁ ଏହି ଫଟୋରେ ସେମାନେ ନବୀନ ପଟ୍ଟନାୟକଙ୍କର ଫଟୋ ନୁହେଁ, ବରଂ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଧରିଛନ୍ତି। ରିପୋର୍ଟ ଅନୁଯାୟୀ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡର ମାନପତ୍ର ପ୍ରଦାନ କରୁଛନ୍ତି। ଏଲପିଜି ଗ୍ୟାସ ସବସିଡି ଫେରସ୍ତ ଯୋଜନାକୁ ମୋଦୀ ସରକାର ନୂଆ ଉପାୟରେ ପ୍ରାରମ୍ଭ କରି ଏହାର ନାମ ପହଲ ରଖିଛନ୍ତି।

୧ ଜାନୁଆରୀ ୨୦୧୫ ମସିହାରେ ଏହି ଯୋଜନା ସାରା ଦେଖରେ ଲାଗୁ କରାଯାଇଥିଲା। ସରକାରୀ ବିବୃତ୍ତି ଅନୁଯାୟୀ ପହଲ ଯୋଜନାକୁ ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ଶାମିଲ କରା ଯାଇଅଛି। ଏହି ଯୋଜନା ଅନ୍ତର୍ଗତ ୩୦ ଜୁନ ୨୦୧୫ ସୁଧା ୧୨.୫୭ କୋଟି ପରିବାରଙ୍କ ବ୍ୟାଙ୍କ ଖାତାରେ ପାଇସା ଜମା କରି ଦିଆ ଯାଇଅଛି।

ସିଦ୍ଧାନ୍ତ-

ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା ଯାଉଛି। ଅସଲି ଫୋଟୋରେ ଧର୍ମେନ୍ଦ୍ର ପ୍ରଧାନ ମୋଦୀଙ୍କୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ପ୍ରଦାନ କରୁଛନ୍ତି। ।

Disclaimer: This story was originally published by  factcrescendo and republished by kanak news as part of the shakti Collective)