ଏପଟେ କଂଗ୍ରେସର ଭାରତ ଯୋଡକୁ ସେପଟେ ନେତାଙ୍କ ଦଳ ଛାଡ, ଗୋଆରେ ୧୧ ରୁ ୮ କଂଗ୍ରେସ ବିଧାୟକ ବିଜେପିରେ ସାମିଲ

333

କନକ ବ୍ୟୁରୋ : ଗୋଆରେ କଂଗ୍ରେସର ୧୧ ଜଣ ବିଧାୟକଙ୍କ ମଧ୍ୟରୁ ଆଜି ୮ ଜଣ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ଏନେଇ କିଛିଦିନ ପୂର୍ବରୁ ଗୋଆ କଂଗ୍ରେସର ଅଧ୍ୟକ୍ଷ ସଦାନନ୍ଦ ତନାବଡେ ଦଳର ହାଇକମାଣ୍ଡଙ୍କୁ ସୂଚାଇ ଦେଇଥିଲେ କି ଦଳର କିଛି ବିଧାୟକ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ଯାହା ଆଜି ସତ ହୋଇଛି ।

ଗୋଟିଏ ପଟେ କଂଗ୍ରେସ ଦଳ ତରଫରୁ ଏବେ ସାରା ଦେଶରେ ଭାରତ ଯୋଡ ଅଭିଯାନ ଜାରି ରହିଛି । ଏହି ଅଭିଯାନର ଅଷ୍ଟମ ଦିନରେ କେରଳରେ ରାହୁଲ ଗାନ୍ଧୀ ପଦଯାତ୍ରା କରୁଛନ୍ତି ।

 

ସେପଟେ ଯଦି ଗୋଆ ବିଧାନସଭା କଥା କୁହାଯିବ ତେବେ ସେଠାରେ ବିଜେପିର ସରକାର ରହିଛି । ବିଜେପି ନେତା ପ୍ରମୋଦ ସାୱନ୍ତ ମୁଖ୍ୟମନ୍ତ୍ରୀ ଅଛନ୍ତି । ଗୋଆ ବିଧାନସଭାର ମୋଟ ୪୦ ଆସନ ମଧ୍ୟରୁ ବିଜେପି ପାଖରେ ୨୦ ଟି ଆସନ ରହିଛି । ସେହିପରି ଏମଜିପିର ୨ ଓ ନିର୍ଦ୍ଦଳୀୟ ୩ ଜଣ ଏଭଳି ମୋଟ ୨୫ ଜଣ ବିଧାୟକଙ୍କ ସମର୍ଥନ ବିଜେପି ସରକାର ପାଖରେ ରହିଥିଲା । ଏବେ କଂଗ୍ରେସରୁ ୮ ଜଣ ବିଧାୟକ ଯୋଗ ଦେବା ପରେ ସରକାରଙ୍କ ପାଖରେ ୩୩ ଜଣ ବିଧାୟକଙ୍କ ସମର୍ଥନ ହୋଇଗଲା ।